ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ପକ୍ଷରୁ କରୋନା ଯୋଦ୍ଧା ଜିଲ୍ଲାପାଳ,ଏସପି ଓ ଥାନା ଅଧିକାରୀଙ୍କୁ ସମ୍ମାନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମା ଏବଂ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଜପତି ଜିଲ୍ଲା ସାଖା ବୋର୍ଡ ପକ୍ଷରୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଏହି କରୋନା ଯୋଦ୍ଧାଙ୍କୁ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି । ଦୀର୍ଘ ୪ ମାସ ଧରୀ ଏହି କରୋନା ଯୋଦ୍ଧାମାନେ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ଦିଗରେ ସଚେତନ କରି ଆସୁଛନ୍ତି । ଏପରି କି ଏମାନେ ଲୋକମାନଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୁରତା ରକ୍ଷା କରିବା,ଘରେ ରହି ସୁରକ୍ଷିତ ରହିବା,ସାନିଟାଇଜର ବ୍ୟବହାର କରିବା ବିଷୟରେ ସଚେତନ କରୁଛନ୍ତି । ତେଣୁ ଅନ୍ତର୍ଜାତୀୟ ମାନବଅଧିକାର ପରିଷଦ ପକ୍ଷରୁ ଏମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମାଏବଂ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କୁ ସେମାନଙ୍କ କାର୍ଯ୍ୟାଳୟ ପରିସରରେ ଉପଢୌକନ ଏବଂ ପ୍ରମାଣପତ୍ର ସହ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମାନବଅଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ସଭାପତି ଆଲୋକ କୁମାର ବୋଷ,ଉପସଭାପତି ପ୍ରଦୀପ କୁମାର ଚୌଧୁରୀ,ସାଧାରଣ ସମ୍ପାଦିକା ମଞ୍ଜୁଳା ଚୌଧୁରୀ ଓ ଲିଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ