ଆନ୍ତର୍ଜାତୀୟ ସଂଗୀତ ମହୋତ୍ସବରେ ଛତ୍ରପୁରର ନୃତ୍ୟ ଦଳ ପୁରସ୍କୃତ
ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) ତାନେଇ ଡ଼୍ୟାନ୍ସ ଏକାଡ଼େମୀ ପକ୍ଷରୁ କଲିକତାର ଆଇସିସିଆର୍ (ସତ୍ୟଜିତ୍ରଏ) ଅଡ଼ିଟୋରିୟମ୍ ହଲ୍ ଠାରେ ଆନ୍ତର୍ଜାତିକ ମେଗାଡ୍ୟାନ୍ସ ଓ ସଂଗୀତ ମହୋତ୍ସବରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରର ଗୁରୁ ଅଳକା ସାହୁଙ୍କ ନେତୃତ୍ୱରେ ଏକ ୭ଜଣିଆ ନୃତ୍ୟ ଦଳ ସେଠାରେ ନୃତ୍ୟ ପରିବେଷଣ କରିଥିଲେ । ଏହି ଡ୍ୟାନ୍ସ ଗ୍ରୁପ ଦର୍ଶକ ମାନଙ୍କ ମନୋମୋହିବା ସହ ଜଜ୍ ମାନଙ୍କ ପକ୍ଷରୁ ଶ୍ରେଷ୍ଠ ବିବେଚିତ କରାଯାଇଥିଲା । ଏହି ଦଳକୁ ଅତିଥି ମାନଙ୍କ ଦ୍ୱାରା ନୃତ୍ୟ ବଙ୍ଗମୋହିନି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦଳରେ ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗି ମହାରଣା, ଅଙ୍କିତା ପ୍ରିୟଦର୍ଶନୀ ରଥ, ପ୍ରିୟାବୈଠାରୁ, ସାଗର ଦଳେଇ, କେଶବ ବେହେରାଙ୍କ ସମେତ ବହୁ ନୃତ୍ୟ କଳାକାରମାନେ ଯୋଗ ଦେଇଥିଲେ । ଆଜ ସେମାନେ ଛତ୍ରପୁର ପହଂଚିବା ପରେ ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଭବ୍ୟସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗୁରୁ ଅଳକା ସାହୁଙ୍କ ନେତୃତ୍ୱରେ ଏହି ଦଳ ବହୁବାର ଦେଶ ବିଦେଶରେ ନୃତ୍ୟ ପରିବେଷଣ କରି ଅନେକ ପୁରସ୍କାର ହାସଲ କରିଛନ୍ତି । ଗୁରୁ ଅଳକା ସାହୁ ଜଣେ ଉଚ୍ଚକୋଟୀର ନୃତ୍ୟ ଗୁରୁ ସହିତ ବହୁ ଅନୁଷ୍ଠାନର ଛାତ୍ରଛତ୍ରୀଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେଉଛନ୍ତି ।