ଆନ୍ତର୍ଜାତୀୟ ସାହିତ୍ୟ-ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ନାଟକ ‘ଦୁର୍ଦ୍ଦଶା’କୁ ନିମନ୍ତ୍ରଣ
ବ୍ରହ୍ମପୁର,(ଅନିଲ କୁମାର):ଆନ୍ତର୍ଜାତୀୟ ସାହିତ୍ୟ-ସଂସ୍କୃତି ବିଭାଗ ପକ୍ଷରୁ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ତାଡେପଲ୍ଲୀ ଗୁଡେମ ସ୍ଥିତ ବୁଦ୍ଧାଲା ଭେଙ୍କେନା ପ୍ରେକ୍ଷାଳୟ ପରିସରରେ ଚଳିତ ଅକ୍ଟୋବର ଉଣେଇଶ ତାରିଖ ଅହର୍ନିଶ ସାଂସ୍କୃତିକ ସମ୍ପାନରେ ଓଡ଼ିଆ ନାଟକ ‘ଦୁର୍ଦ୍ଦଶା’ ପରିବେଷଣ ଓ ପୁରସ୍କାର ଗ୍ରହଣ ନିମନ୍ତେ ସୁରଳ ସ୍ଥିତ ଅଗ୍ରଣୀ ନାଟ୍ୟ ସଂସ୍ଥା ‘ସୁହାନୀ କ୍ରିଏସନ’କୁ ଆମନ୍ତ୍ରଣ କରାଯାଇଛି l ନାଟକଟି ସେଠାରେ ଉକ୍ତ ଦିନ ସନ୍ଧ୍ୟା ସାତ ଘଟିକାରେ ରୂପାୟନ ହେବ l ପୂର୍ବରୁ ପଠାଯାଇଥିବା ନାଟକର ସିନୋପସିସ ଓ ଭିଡିଓକୁ ସଂଦର୍ଶନ କରି ପୁରସ୍କାର ଚୟନ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କରାଯାଇଥିଲା l ସୁହାନୀ କ୍ରିଏସନର ଏହି ପାରିବାରିକ ଆଦିବାସୀ ନାଟକଟିକୁ ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ରଚନା କରିଥିବା ବେଳେ ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଛନ୍ତି l ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଓ ସ୍ୱର ସୌରଭ ସଞ୍ଜୟ କୁମାର ବିଷୋୟୀ ନାଟକଟିରେ ସମ୍ମିଳିତ ସଂଗୀତ ପରିଚାଳନା କରିଛନ୍ତି l ଏଥିରେ ସର୍ବଶ୍ରୀ ଡା. ତିରୁପତି ସାହୁ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସୁବାସ ଚନ୍ଦ୍ର ସାହୁ ରୋଶନ, ଡଃ. କୁମାର ନାୟକ, କୁରା ଗୌଡ଼, ଦୀପକ କୁମାର ପ୍ରଧାନ, ଜଳନ୍ଧର ସାହୁ, କମଳିନୀ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି l କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ପକ୍ଷରୁ ସମ୍ପାଦକ ସୁରେଶ ପାଣିଗ୍ରାହୀ ସହଯୋଗ କରିବା ନେଇ ସ୍ଥିର ହୋଇଛି l ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ନାଟକର ସଫଳ ରୂପାୟନ ନେଇ ବିଭିନ୍ନ ମହଲରୁ ଅନୁଷ୍ଠାନ ପ୍ରତି ଶୁଭେଛାର ସୁଅ ଛୁଟିବାରେ ଲାଗିଛି l


