ଆନ୍ଦୋଳନକୁ ଓହ୍ଲାଇଲେ ଓ ଏସ ଆର୍ ଟିସି କର୍ମଚାରୀ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ରେ ଓ ଏସ ଆର୍ ଟିସି କର୍ମଚାରୀ ଙ୍କ ପକ୍ଷ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଠୁ ଆରମ୍ଭ ହୋଇଛି।ସାତ ମାସ ର ଦରମା ମିଳିନଥିବା ରୁ କର୍ମଚାରୀ ମାନଙ୍କ ପକ୍ଷ ରୁ ଏହି ଆନ୍ଦୋଳନ କରାଯାଇଛି।ବହୁ ମାସ ଧରି ଦରମା ନମିଳିବା ରୁ ନିଜର ପରିବାର ପ୍ରତି ପୋଷଣ କରିବା ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ।ଦରମା ନ ମିଳିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ଏବଂ କର୍ମଚାରୀ ମାନେ କାର୍ୟ୍ୟ ରେ ଯୋଗ ନ ଦେବା ସହ ଭଞ୍ଜନଗର ଠାରୁ ବାହାରୁଥିବା ସମସ୍ତ ରୁଟ୍ ର ଗାଡି ବନ୍ଦ ରହିବ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଘ ର ସଭାପତି।


