ଆନ୍ଦୋଳନକୁ ସ୍ଥଗିିତ କଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଦାବିକୁ ସରକାରଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସଂଘର ୨ ଦଫା ଦାବି (୧) ସମସ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସର୍ବନିମ୍ନ ମାସିକ ୧୬ ହଜାର ଟଙ୍କା ପ୍ରଦାନ କରିବା (୨) ଚୁକ୍ତିଭିତ୍ତିକ ନିୟମ ୨୦୧୩ରେ ସାମିଲ୍ କରିବା ପାଇଁ ଦାବି କରାଯାଉଥିଲା । ଆନ୍ଦୋଳନ ସମୟରେ ସଂଘର ପ୍ରତିନିଧି ମାନେ ସରକାରଙ୍କ ସହିତ ଆଲୋଚନା କରି ଲିଖିତ ପ୍ରତିଶ୍ରୁତି କିମ୍ବା ଘୋଷଣା କରିବାକୁ ଦାବି କରିଥିଲେ । କିନ୍ତୁ ସରକାରୀସ୍ତରରୁ ସେମାନଙ୍କୁ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ମିଳିବା ସହ ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ସଂଘକୁ ଦାବି ପୂରଣ କରିବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ସରକାରଙ୍କ କଥାକୁ ବିଶ୍ୱାସ କରି ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଖୁବ୍ କମ୍ ଦିନ ଭିତରେ ପୂରଣ କରିବା ପାଇଁ ନିବେଦନ କରିଛନ୍ତି । କନିଷ୍ଠ ଶିକ୍ଷକ ସଂଘ ସରକାରଙ୍କୁ ଆଶା ବିଶ୍ୱାସ କରି ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଆନ୍ଦୋଳନକୁ କିଛିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଆଗାମୀ କାର୍ଯ୍ୟପନ୍ଥା ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରି ସମସ୍ତଙ୍କୁ ଜଣାଇ ଦିଆଯିବା ସହ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ