ଆନ୍ଦୋଳନ ପରେ ବନବିଭାଗ ର ଚେତା ପଶିଲା ଦୀର୍ଘ ୩ ବର୍ଷପରେ ମନରେଗା ମଜୁରି ଶ୍ରମିକ

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଦୀର୍ଘ ତିନିବର୍ଷ ପୂର୍ବେ ବନବିଭାଗର ଚାରାରୋପଣ ବନୀକରଣ କାର୍ଯ୍ୟରେ ନିୟୋଜିତ ହୋଇ ମଜୁରୀ ବାବଦ ଅର୍ଥ ପାଇନଥିବା ଶ୍ରମିକ ମାନଙ୍କୁ ଆଜି ବନବିଭାଗ ପକ୍ଷରୁ ଶ୍ରମିକଙ୍କ ବକେୟା ମଜୁରୀ ପ୍ରଦାନ କରାଯାଇଛି | ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ଅଧୀନ ପି ଜଗନ୍ନାଥପୁର ବିଟ ଏରିଆର ରତନେଇ ପାହାଡ଼ ପାର୍ଶ୍ଵ. ପ୍ରତାପଗିରି ଖାରିଆଗୁଡା ଲକ୍ଷ୍ମୀପୁର ଆଦି ଅଞ୍ଚଳରେ ଅଲାରିଗଡ଼ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମର ମହିଳା ଶ୍ରମିକମାନେ ଚାରାରୋପଣ ବନୀକରଣ କାର୍ଯ୍ୟରେ ମଜୁରୀ ଖଟିଥିଲେ ମଧ୍ୟ ସେମାନଙ୍କୁ ମୂଲଟଙ୍କା ଗତ ୨୦୧୭ ଠାରୁ ମିଳିନଥିଲା | ମହିଳା ଶ୍ରମିକ ମାନେ ସେମାନଙ୍କ ମଜୁରୀ ଟଙ୍କା ପାଇବାପାଇଁ ବନବିଭାଗ ଠାରେ ଦାବୀ କରିବାସହ ଦିଗପହଣ୍ଡି ରେଞ୍ଜ ଅଫିସ ଆଗରେ ପ୍ରତିବାଦ କରି ୧୦ ଦିନମଧ୍ୟରେରେ ମଜୁରୀ ଟଙ୍କା ନ ମିଳିଲେ ଧାରଣା ଦେବାକୁ ଘୋଷଣା କରିଥିଲେ | ତେବେ ଆଜି କଙ୍କୋରଡା ନାରାୟଣୀ ମନ୍ଦିର ପରିସରରେ ସମସ୍ତ ଶ୍ରମିକଙ୍କୁ ବନବିଭାଗ ପକ୍ଷରୁ ବକେୟାଥିବା ମଜୁରୀ ପ୍ରଦାନ କରାଯାଇଛି | ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟନାୟକ, ହିଞ୍ଜିଳି ଓ ନୂଆପଡା  ବନପାଳ ଏନ ବାଲାଜୀ ରେଡି, ସନ୍ତୋଷ ମଲିକ, ସାମାଜିକକର୍ମୀ ଉମାକାନ୍ତ ପଟନାୟକ, ରଞ୍ଜନ କୁମାର ନାୟକ, ପ୍ରମୁଖ ମହିଳାଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାସହ ଆସନ୍ତା ଦିନରେ ପୁଣି କର୍ମଯୋଗାଣ ପାଇଁ ବନବିଭାଗ ପ୍ରତିଶୃତି ଦେଇଛି | କିଛି ତୃଟିବିଚ୍ୟୁତି ଯୋଗୁଁ ଶ୍ରମିକଙ୍କ ମଜୁରୀଟଙ୍କା ରହିଯାଇଥିଲା ଓ ଶ୍ରମିକମାନଙ୍କ ଅଭିଯୋଗର ତଦନ୍ତ କରାଯାଇ ତତ୍କାଳ ପଦକ୍ଷେପ ଗ୍ରହଣ ସହ ମଜୁରୀ ଟଙ୍କା ପ୍ରଦାନ କରାଯାଇଛି ବୋଲି ବନବିଭାଗ ପ୍ରକାଶ କରିଛି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ