ଆନ୍ଦୋଳନ ପାଇଁ କୃଷକ ସଂଗଠନର ଚେତାବନୀ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଚଳିତ ବର୍ଷ ଖରିଫ ଧାନ କ୍ଷେତକୁ ଜଉପୋକ ଓ ଅନ୍ୟାନ୍ୟ କୀଟ ନଷ୍ଟ କରିଥିବା ବେଳେ ଅମଳ ବେଳକୁ ପୁଣି ପ୍ରାକୃତିକ ଦୁର୍ବିପାକ ଚାଷୀର ଦୁଃଖ ବଢାଇଦେଇଛି । ଗତ ସପ୍ତାହରେ ଜୱାଦ ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଖରିଫ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ତୁହାକୁତୁହା ବର୍ଷା ସାଙ୍ଗକୁ ସାମାନ୍ୟ ପବନ ହେବାରୁ ପାଚିଲା ଧାନ କ୍ଷେତ ଶୋଇଯାଇଥିବା ବେଳେ ତା ଉପରେ ପାଣି ମାଡିଯାଇଛି । କ୍ଷୟକ୍ଷତି ଆକଳନ ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ପ୍ରଶାସନ ଏହାକୁ ସଠିକ ଭାବେ ପାଳନ କରୁନଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି । ଧର୍ମକୁ ଆଖି ଠାର ଭଳି ଅଧିକାରୀ ମାନେ ଗାଡ଼ିରେ ଯାଇ ବିଭିନ୍ନ ରାସ୍ତା ବୁଲି ପଳାଇଆସୁଥିବା ବେଳେ ପାଚିଲା ଶସ୍ୟ କ୍ଷେତକୁ ଅନୁଧ୍ୟାନ କରୁନାହାନ୍ତି । ଏପରିକି କୌଣସି ଚାଷୀଙ୍କୁ ନଭେଟି ଅଧିକାରୀ ମାନେ କିଭଳି କ୍ଷୟକ୍ଷତି ଆକଳନ କରୁଛନ୍ତି ତାହାକୁ ନେଇ ସନ୍ଦେହ ଜାତ ହୋଇଛି । ତେଣୁ ଏ ବାବଦରେ କୃଷକ ସଙ୍ଗଠନ ପକ୍ଷରୁ ବିବେକାନନ୍ଦ ବେଜ, ରବୀନ୍ଦ୍ରନାଥ ପଣ୍ଡା, ତ୍ରିଲୋଚନ ପଣ୍ଡା, ସତ୍ୟ ନାୟକ, ସନ୍ତୋଷ ଭାରତୀ, ଅଶୋକ ଶଙ୍ଖୁଆ ପ୍ରମୁଖ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏହାସହିତ ପାଟୁଳି ପଂଚାୟତ ମୋବାରକପୁର ଠାରେ ଏକ କୃଷକ ମେଳି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ଚାଷୀ ଯୋଗଦେଇ ସଠିକ ଭାବେ କ୍ଷୟକ୍ଷତି ଆକଳନ ପାଇଁ ମତ ଦେଇଛନ୍ତି। ନଚେତ ଆଗାମୀ ଦିନରେ ଏନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ