ଆନ୍ଧ୍ରର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଓ ବିଧାୟକ ସୁରେଶ ରାଉତରାୟଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ ସମିତି ପକ୍ଷରୁ ସଭାପତି ତଥା ଆନ୍ଧ୍ରର ମହାମହିମ ରାଜ୍ୟପାଳ ସମ୍ମାନନୀୟ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଜୟନ୍ତୀ ସମିତିର ସାଧାରଣ ସମ୍ପାଦକ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଗତ ପାଞ୍ଚ ଦଶନ୍ଧି ଧରି ଭୁବନେଶ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମଦିବସ ପାଳନ କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ନଭେମ୍ବର ମାସ ୨୧ ତାରିଖ ଦିନ ଲୋୟର ପିଏମ୍‌ଜି ଠାରେ ଡ. ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ସାଧାରଣ ସଭା ଆୟୋଜିତ ହେବା ସହ ୭୦ଟି ପାଇକ ଦଳ ସେମାନଙ୍କ ସାମରିକ କଳା ପ୍ରଦର୍ଶନ କରିଥିଲେ । ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିବା ସହିତ ବକ୍ତାଙ୍କ ଠାରୁ ମହତାବଙ୍କ କୀର୍ତ୍ତି ଓ କୃତି ସମ୍ପର୍କରେ ଶୁଣିଥିଲେ । ବିଭିନ୍ନ ବିଭାଗରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଏହି ସଭାରେ ସମ୍ମାନିତ କରାଯାଇଥିଲା । ଏହାପରେ ଏକ ବିଶାଳ ଶୋଭାଯାତ୍ରା ଲୋୟର ପିଏମ୍‌ଜି ଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଭା ଆୟୋଜିତ ହେବା ସହ ଶ୍ରଦ୍ଧାଭୋଜନ ମଧ୍ୟ ହୋଇଥିଲା । ଅପରାହ୍ନରେ ବଢେଇବାଙ୍କ ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତିର ସଭାପତି ଶ୍ରୀ ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ ଶ୍ରୀ ରାଉତରାୟ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପାଇକ ଦଳ, ସାମ୍ବାଦିକ, ଶୁଭେଚ୍ଛୁ ଏବଂ ସମିତିର ସଭ୍ୟ ଶ୍ରୀ ପ୍ରଫୁଲ୍ଲ ପଣ୍ଡା, ପ୍ରକାଶ ଜେନା, ତପନ ଚକ୍ରବର୍ତ୍ତୀ, ଅଶୋକ ମଙ୍ଗରାଜ, ସୁନିଲ କୁମାର ରାଉତରାୟ, ତ୍ରିଲୋଚନ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଗୌରୀ ସିଂ, ଦୁଃଶାସନ ସ୍ୱାଇଁ, ପ୍ରକାଶ ମହାନ୍ତି, ନରି ସେଠୀ, ଶିବ ବେହେରା, ଚନ୍ଦ୍ରଶେଖର ମଲିହା, ବିଜୟ ଦ୍ୱିବେଦୀ, ଗିରିଜା ଶଙ୍କର ମହାପାତ୍ର, ମନୋରଞ୍ଜନ ବଟୁ, ରମେଶ ମହାପାତ୍ର, ସରୋଜ କୁମାର ମହାନ୍ତି, ପୃଥ୍ୱୀ ମହାପାତ୍ର, ପୁଷ୍ପିତା ବଟୁ, ବାବୁନା ପଢିହାରୀ, ନୌସରୀ ଅଲ୍ଲୀ, ନୀଳମଣି ମିଶ୍ର, ମନୋରଞ୍ଜନ ମଲିହା, ହରିହର ମଲିହା, ଶିବ ରାୟ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ