ଆନ୍ଧ୍ରା ଟ୍ରକ ଡ଼୍ରାଇଭରଙ୍କୁ ମାଡ଼ ମାରି ଲୁଟ: ୩ଅଟକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବୁରୁପୋଡ଼ା ଛକରେ ରବିବାର ରାତି ପ୍ରାୟ ୯ଘଂଟା ସମୟରେ ଆନ୍ଧ୍ର ଟ୍ରକ ଡ଼୍ରାଇଭର ଉପରେ କିଛି ଲୁଟେରା ଆକ୍ରମଣ କରି ମୋବାଇଲ ଓ ୫ହଜାର ଟଙ୍କା ଛଡ଼ାଇ ନେବା ଅଭିଯୋଗ ହୋଇଛି । ରବିବାର ରାତିରେ ବୁରୁପୋଡ଼ା ଛକକୁ ଏପି ୦୩ ଟିଇ ୬୮୮୮ ଟ୍ରକରେ ଆନ୍ଧ୍ରା ପ୍ରଦେଶ ଚିତୁର ଜିଲ୍ଲା ଚେରୁପଲ୍ଲୀ ଅଂଚଳର ଇ ଜନାର୍ଦ୍ଧନ ରେଡ଼ୀ ଟମାଟ ନେବାକୁ ଆସିଥିଲେ । ଏକ ବାଇକରେ ୩ଜଣ ଯୁବକ ଆସି ଟ୍ରକ ଡ଼୍ରାଇଭର ଜନାର୍ଦ୍ଦନଙ୍କୁ ମାଡ଼ ମାରି ମୋବାଇଲ ଓ ୫ହଜାର ଟଙ୍କା ଛଡ଼ାଇ ନେଇଥିଲେ । ଲୁଟେରା ଯୁବକଙ୍କ ସହ ଡ଼୍ରାଇଭରଙ୍କ ଧସ୍ତାଧସ୍ତି ଫଳରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିଯିବାରୁ ଯୁବକ ମାନେ ବାଇକକୁ ଛାଡ଼ି ପଳାଇଥିଲେ । ଜନାର୍ଦ୍ଦନ ସୋମବାର ଥାନାରେ ଏତଲା ଦେଇଛନ୍ତି । ଥାନାରେ ନଂ- ୭୦/୨୦ରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରୁଛି । ୩ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା ଚଳାଇଛି । ପ୍ରକାଶ ଥାଉକି, ଗତ ୨୫ ତାରିଖରେ ଜାହାଡ଼ା ଗ୍ରାମର ଜଣେ ଯୁବକ ହିଂଜିଳିକାଟୁ ପୌରାଂଚଳ ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ଡ଼୍ରେସ ଦୋକାନ ମାଲିକଙ୍କୁ ଦାଦାବଟି ମାଗି ଗିରଫ ହେବା ସହ କୋର୍ଟ ଚାଲାଣ କରାଯାଇଥିଲା । ସପ୍ତାହକ ପରେ ପୁଣିଥରେ ସ୍ଥାନୀୟ ଥାନା ଅଂଚଳରେ ଏଭଳି ଘଟଣାର ପୁନରାବୃତି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ