ଆନ୍ଧ୍ରା ବ୍ୟାଙ୍କ ପରିଚାଳକଙ୍କ ମନମୁଖୀ ଶାସନ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବହୁ ପେନସନ ଭୋଗୀ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଆନ୍ଧ୍ରା ବ୍ୟାଙ୍କରେ ଜମା ଖାତା ଥିବା ବହୁ ପେନସନ ଭୋଗୀଙ୍କୁ ସଠିକ ସମୟରେ ପେନସନ ଦିଆଯାଉନଥିବା ଏବଂ ଏଟିଏମ କାର୍ଡ଼ ପ୍ରଦାନ କରାଯାଉନଥିବା ସହ ସଂପୃକ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କ ମନମୁଖୀ ଶାସନକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ବହୁ ପେନସନ ଭୋଗୀ । ଏ ନେଇ ଏକ ଅଭିଯୋଗ ପତ୍ର ଗଂଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଏହାର ନକଲ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି ବୋଲି ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ନରେନ୍ଦ୍ର ପ୍ରସାଦ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବହୁ ପେନସନ ଭୋଗୀଙ୍କ ବ୍ୟାଙ୍କ ସଂଚୟ ଖାତା ଆନ୍ଧ୍ରା ବ୍ୟାଙ୍କ ହିଂଜିଳିକାଟୁ ଶାଖାରେ ରହିଛି । ପୂବରୁ ସେମାନେ ନିଜର ପେନସନ ଅର୍ଥ ସଠିକ ସମୟରେ ପାଇ ଆସୁଥିବା ବେଳେ ଗତ କିଛି ମାସ ଧରି ସେମାନେ ନିଜ ନିଜର ପେନସନ ଅର୍ଥ ସଠିକ ସମୟରେ ପାଉନଥିବା ଅଭିଯୋଗ କରିଛନ୍ତି । ଏପରିକି ଆନ୍ଧ୍ରା ବ୍ୟାଙ୍କ ହିଂଜିଳିକାଟେୁ ଶାଖାରେ ନୂତନ ପରିଚାଳକ ଯୋଗଦାନ ପରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ନେଇ କହିଛନ୍ତ ବହୁ ପେନସନ ଭୋଗୀ । ସଠିକ ସମୟରେ ପେନସନ ଅର୍ଥ ଜମା ଖାତାକୁ ଆସୁନଥିବା ନେଇ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଲେ ତୁମରି ଅସୁବିଧା ହେଉଥିଲେ ସଂଚୟ ଖାତା ଅନ୍ୟ କୌଣସି ବ୍ୟାଙ୍କ ଖୋଲିବାକୁ କହିଥିଲେ । ଏପରିକି ପେନସନ ଭୋଗୀଙ୍କୁ ସଂପୃକ୍ତ ବ୍ୟାଙ୍କ ତରଫରୁ ଏଟିଏମ ପ୍ରଦାନ କରାଯାଉନଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣା ନେଇ ଆନ୍ଧ୍ରା ବ୍ୟାଙ୍କ ହିଂଜିଳିକାଟୁ ଶାଖା ପରିଚାଳକ ଟୁବୁରାମ ମୁଣ୍ଡାଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ସେମାନଙ୍କ ଖ।।ତକୁ ପେନସନ ସଠିକ ସମୟରେ ଆସୁନାହିଁ କଥା ସମ୍ପୁର୍ଣ୍ଣ ମିଥ୍ୟା ଏବଂ ଏଟିଏମ ଦିଆନଯିବାର କାରଣ ଏଟିଏମ ପ୍ରଦାନ ପରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ବ୍ୟାଙ୍କର କୌଣସି ପ୍ରକାର ଯୋଗାଯୋଗ ରହିବ ନାହିଁ । କପ୍ରତି ମାସ ନଭେମ୍ବର ମାସରେ ସଂପୃକ୍ତ ପେନସନ ଭୋଗୀଙ୍କୁ ଲାଇଫ ସାର୍ଟିଫିିକେଟ ଦେବା ନିୟମ ରହିଛି ।କୌଣସି ପେନସନ ଭୋଗୀଙ୍କ ମୃତ୍ୟୁ ହେଲେ ବ୍ୟାଙ୍କ କର୍ତୁପକ୍ଷଙ୍କୁ ନଜଣାଇ ସରକାରଙ୍କ ଦ୍ୱାର ପ୍ରଦାନ କରାଯାଇଥିବା ପେନସନକୁ ପରିବାର ସଦସ୍ୟ ଏଟିଏମ ସହାୟତାରେ ଉଠାଣ କରି ନେଇଯିବାର ସମ୍ଭାବନା ରହିଥିବାରୁ ଏଥି ସକାଶେ ସେମାନଙ୍କୁ ଏଟିଏମ ପ୍ରଦାନ କରାଯାଇ ନାହିଁ । ଉପରୋକ୍ତ ସମସ୍ୟାର ସମାଧାନ ଲାଗି ପଦ୍ମ ଲୋଚନ ଦାଶ, ଶରତଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସୁଦର୍ଶନ ଖାଡ଼ଙ୍ଗା, ପଦ୍ମଚରଣ ପ୍ରହରାଜ, ପ୍ରଫୁଲ ଚନ୍ଦ୍ର ପାଢି, ଗୋପିନାଥ ପଣ୍ଡା, ସୁବାଷ ଚନ୍ଦ୍ର ମହାପାତ୍ର, ବିପିନ ବିହାରୀ ମହାପାତ୍ର, ବିଭୂଷଣ ଷଡ଼ଙ୍ଗି, ରଜନିକାନ୍ତ ପାଢି, ଘନଶ୍ୟାମ ତ୍ରିପାଠି, ପଦ୍ମ ଚରଣ ପାଠି, ମୋଚିରାମ ସ୍ୱାଇଁ, ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କ ସମତେ ବହୁ ସ୍ଥାନୀୟ ଅଂଚଳର ବହୁ ପେନସନ ଭୋଗୀ ଦାବି ଜଣାଇଛନ୍ତି ।


