ଆନ୍ଧ୍ର ଅଙ୍ଗନୱାଡି କେନ୍ଦ୍ରର କ୍ଷୀର ଗଜପତି ବଜାରରେ ଚାହିଦା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପଡୋଶୀ ଆନ୍ଧ୍ରପ୍ରଦେଶ ଅଙ୍ଗନୱାଡି କେନ୍ଦ୍ରକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦେଉଥିବା କ୍ଷୀର ପ୍ୟାକେଟର ଚାହିଦା ଗଜପତି ଦୋକାନ ବଜାରରେ ଅଧିକା ରହିଛି । ଆନ୍ଧ୍ର ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଶିଶୁ ମାନଙ୍କୁ ମାଗଣାରେ ଯୋଗାଇ ଦେଉଥିବା କ୍ଷୀର ପ୍ୟାକେଟ ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ଦୋକାନରେ ଅଧିକ ଭାବେ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । କାଶୀନଗର ବ୍ଲକ ଆନ୍ଧ୍ରର ସୀମାନ୍ତ ଅଞ୍ଚଳରେ ରହିଛି । ଏହି ଅଞ୍ଚଳକୁ ଲାଗି ଆନ୍ଧ୍ରର ବହୁ ଗାଁ ରହିଛି । ସେଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଶିଶୁ ମାନଙ୍କୁ ମାଗଣାରେ ‘ନନ୍ଦିନୀ ସୁରକ୍ଷା’ ନାମକ କ୍ଷୀର ପ୍ୟାକେଟ୍ ମାଗଣାରେ ଦିଆଯାଉଛି । ଉକ୍ତ ପ୍ୟାକେଟ ବିକ୍ରି ପାଇଁ ନୁହେଁ କେବଳ ସରକାରୀ ସଂସ୍ଥାକୁ ଯୋଗାଣ ପାଇଁ ବୋଲି ଉଲ୍ଲେଖ ରହିଛି । ହେଲେ କାଶୀନଗରର ବିଭିନ୍ନ ଦୋକାନ ଓ ହୋଟେଲ୍ ଗୁଡିକରେ ଏହି କ୍ଷୀର ଅବାଧରେ ବିକ୍ରି ହେଉଛି । ଏଠାକୁ ଆସୁଥିବା ଅନ୍ୟ କ୍ଷୀର ପ୍ୟାକେଟ ଠାରୁ ଏହି କ୍ଷୀର ପ୍ୟାକେଟ ଭଲ ରହୁଥିବାରୁ ସାଧାରଣରେ ଆନ୍ଧ୍ର କ୍ଷୀର ପ୍ୟାକେଟର ଚାହିଦା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରର କେତେକ ଚୋରା ବ୍ୟବସାୟୀ ଆନ୍ଧ୍ର ଅଙ୍ଗନୱାଡି କେନ୍ଦ୍ରର ଏହି କ୍ଷୀର ପ୍ୟାକେଟକୁ ଅଧିକରୁ ଅଧିକ ଭାବେ ଆଣି କାଶୀନଗର ବ୍ଲକର ବିଭିନ୍ନ ଦୋକାନ ବଜାରରେ ବିକ୍ରି କରି ବେସ ଦୁଇ ପଇସା ଲାଭ ଉଠାଇ ଚାଲିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ