ଆନ୍ଧ୍ର ଓଡ଼ିଆ ଶିକ୍ଷକ ସଂଘର ସଭାପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହାକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୨ କିମି ଦୂରରେ ଥିବା ଆନ୍ଧ୍ରର ପୁରୁଣାପାଟଣା ଠାରେ ଆନ୍ଧ୍ରପ୍ରଦେଶର ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଏବଂ ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘର ପୁର୍ବତନ ସଭାପତି ତଥା ଓଡ଼ିଆ ସମାଜସେବକ ସାହିତିକ, ଶିକ୍ଷକ ବିଶ୍ଵନାଥ ବରାଡଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିପୁଳ ଉତ୍ସହରେ ଆନ୍ଧ୍ରର ଓଡ଼ିଆ ଶିକ୍ଷକ ଓ ଶହଶହ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି. ପୁରୁଣାପାଟଣା ମଣ୍ଡଳ ବରୁଗା କଲ୍ୟାଣ ମଣ୍ଡପରେ ଓଡ଼ିଆ ଶିକ୍ଷକ ସଂଘର ସଭାପତି ଗଣେଶ ବରାଡ, ଉପସଭାପତି ମନୀଷା ଜେନା, ସମ୍ପାଦକ ହରି ବିଶ୍ଵାଳ ଓ କୋଷାଧ୍ୟକ୍ଷ ଅନୀଲ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ଶିକ୍ଷକ ସଭ୍ୟ , ମହିଳା ଶିକ୍ଷକ ସଭ୍ୟ ମାନଙ୍କ ଦ୍ବାରା ଆୟୋଜନ କରାଯାଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ପୁରୁଣାପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ମାମିଡି ଗୋବିନ୍ଦ ରାଉ ଯୋଗଦେଇ ବିଶ୍ଵନାଥ ବାରାଡଙ୍କୁ କରତାଳି ଶଙ୍ଖ ଧ୍ବନୀ ମଧ୍ୟରେ ସମ୍ବର୍ଦ୍ଧିତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ