ଆନ୍ଧ୍ର ବିଶାଖପାଟଣା କେଜିଏଚ୍ ଡାକ୍ତରଖାନାରେ ଆଟକି ରହିଛି ଆତ୍ମହତ୍ୟା କରିଥିବା ପାରଳା ଯୁବକର ଶବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ଅଞ୍ଚଳର ସମ୍ପଦ(୧୯) ନାମକ ଜଣେ ଯୁବକ କୌଣସୀ କରଣରୁ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଉଚ୍ଚ ଚିକିତ୍ସା ପାଇଁ ତୁରନ୍ତ ବ୍ରହ୍ମପୁର କିମ୍ବା ବିଶାଖପାଟଣା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏଥିରେ ପରିବାର ଲୋକେ ଆନ୍ଧ୍ର ବିଶାଖପାଟଣାର କେଜିଏଚ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ବେଳେ ଯୁବକର ମୃତ୍ୟୁ ଘଟିଥିଲା ମୃତ୍ୟୁ ପରେ ଯୁବକର ଶବକୁ ପରିବାର ବର୍ଗକୁ ହସ୍ତାନ୍ତର କରୁ ନ ଥିବାରୁ ଶବ ସେଠାରେ ଅଟକି ଥିବା ପରିବାର ସଦଶ୍ୟ ସୁଚନା ଦେଇଛନ୍ତି । ଏମାନେ ଶବକୁ ହସ୍ତାନ୍ତରରେ ସହଯୋଗ ପାଇଁ ସେଠକାର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସମେତ ବିଶାଖପାଟଣା ପ୍ରଶାସନ ଓ ଗଜପତି ପ୍ରଶାସନକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ