ଆନ୍ଧ୍ର ବେପାରୀ କୁକୁଡାଖଣ୍ଡି ମୁହାଁ,ପ୍ରଶାସନ ନିରବ

କୁକୁଡାଖଣ୍ଡି- ତହସିଲଦାରଙ୍କ ପାଖରେ ପୋଡାଇଟା ଭାଟିର ତଥ୍ୟ ନାହିଁ କିନ୍ତୁ ତଥାପି କୁକୁଡାଖଣ୍ଡି ତହସିଲର ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ପୋଡାଇଟା ଭାଟି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ୨୦ରୁ ଉର୍ଦ୍ଧ ବେଆଇନ ଇଟାଭାଟିରେ ଇଟାପୋଡା ଆରମ୍ଭ ହୋଇ ବିକ୍ରି ଚାଲିଛି । ବେଆଇନ ଭାଟି ଉପରେ ଚଢାଉ ନାହିଁ କି ମାଲିକଙ୍କ ଉପରେ କୌଣସି କାର‌୍ୟ୍ୟାନୁଷ୍ଟାନ ବି ଗ୍ରହଣ କରାଯାଉନାହିଁ । ଯାହାଦ୍ବାରା ଏବର୍ଷ କୁକୁଡାଖଣ୍ଡି ତହସିଲ ୨୦ଲକ୍ଷ୍ୟ ଟଙ୍କା ରାଜସ୍ବ ହରାଇବା ଆଶଙ୍କା କରାଯାଉଛି । କେତେକ ଇଟାଭାଟି ମାଲିକ ଇଟା ସଂଖ୍ୟାରେ କମ୍ ଦେଖାଇ ରାଜସ୍ବ ଫାଙ୍କୁଥିବା ଜଣାପଡୁଛି । ଜାତୀୟ ଗ୍ରୀନ ଟ୍ୟୁବନାଲ ପୋଡାଇଟା ଭାଟିକୁ ସମ୍ପୂଣ୍ନ ଭାବେ ବେଆଇନ ଦର୍ଶାଇ ଇଟାପୋଡା ବନ୍ଦ ନିର୍ଦ୍ଧେଶ ଦେବାସହ ରାଜ୍ୟସରକାରଙ୍କୁ ବେଆଇନ ଭାଟି ଉପରେ ଚଢଉ କରି ବନ୍ଦ ନିର୍ଦ୍ଧେଶ ଦେଇଥିଲେ । ପ୍ରଶାସନ-ଭାଟିମାଲିକଙ୍କ ସଲାସୁତୁରାରେ ରାଜସ୍ବଲୁଟ ହେବା ସହ ଆଇନ ଉଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ବେଆଇନ ଇଟାଭାଟି କରି ଜମିର ଉର୍ବରତା ହ୍ରାସ କରିବା,ବେଆଇନ ଶ୍ରମିକ ନିୟୋଜନ ,ପରିବେଶ ପ୍ରଦୂଷଣ କରିବା ଏବଂ ଆଇନ ଅନୁଯାୟୀ ବାୟୁ ପ୍ରଦୂଷଣ ଆଇନ ଧାରା ୨୧ ଓ ଜଳ ପ୍ରଦୂଷଣ ଧାରା (୨୬) (ପିସିସି ଆକ୍ଟ ୧୯୪୭)କୁ ସମ୍ପୂଣ୍ନ ଉଲଘଂନ ଅଭିଯୋଗ ହୋଇଛି । କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ୮ଟି ରାଜସ୍ବ ସର୍କଲରେ ୨୦ରୁ ଉର୍ଦ୍ଧ ଇଟାଭାଟି ଆରମ୍ଭହୋଇ ଧୂଳି,ଧୂଆଁରେ ଅଞ୍ଚଳବାସୀ ଅତିଷ୍ଟ ହେଉଛନ୍ତି । ଏ ସମ୍ପର୍କରେ କୁକୁଡାଖଣ୍ଡି ତହସିଲଦାର ଦାୟିତ୍ବରେ ଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି ଏନେଇ ରାଜସ୍ବ ନିରିକ୍ଷକ ମାନଙ୍କୁ ରିପୋର୍ଟ ମଗାଯାଇଛି ,ରିପୋର୍ଟ ମିଳିଲାପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ତହସିଲର ଜୁଗୁଡି,ଚନ୍ଦନପୁର,ମେଦିନିପୁର,ପୁରୁଣାପାଟଣା,କଙ୍କିଆ,ହୁଗୁଳାପଟ୍ଟା,ସିହଳା ରେ ଚାଲିଛି ଆନ୍ଧ୍ର ଇଟା ବେପାରୀଙ୍କ ରାଜୁତି । ଅଭିଯୋଗ କଲେ ଧମକ ମିଳୁଛି । ସ୍ଥାନୀୟ ବ୍ଲକର କିଛି ରାଜନୈତିକ ବ୍ୟକ୍ତିଙ୍କ ସହ ମିଶି ଏହି କାରବାର ଚଲାଉଥିବା ରୁ ସ୍ଥାନୀୟ ଲୋକେ ଅଭିଯୋଗ କରିବାକୁ ସାହାସ କରିପାରୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ