ଆପକୁ ୫୦୦ କୋଟିର ମାନହାନି ନୋଟିସ

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ପକ୍ଷରୁ ଆପ୍ (ଆମ ଆଦମୀ ପାର୍ଟି)କୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ କରାଯାଇଛି । ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଆପର ପ୍ରଚାର ଭିଡିଓରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ନାଚୁଥିବାର ଦେଖିବାକୁ ମିଳିଛି । ତିୱାରୀଙ୍କ ଭୋଜପୁରୀ ଆଲବମ୍ ଏଡିଟ୍ କରାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ତେବେ ତିୱାରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ନିର୍ବାଚନ ପାଇଁ ତାଙ୍କ ଭିଡିଓକୁ ବ୍ୟବହାର କରିବାର ଅଧିକାର ଆପକୁ କିଏ ଦେଲା । ତିୱାରୀ କହିଛନ୍ତି, ଏହି ଭିଡିଓ ସଂକ୍ରାନ୍ତରେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରାଯାଇଛି ଏବଂ ଏହା ଦ୍ୱାରା ତିୱାରୀଙ୍କ ମାନହାନୀ ହୋଇଥିବାରୁ ଆପକୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଯାଇଛି । କିନ୍ତୁ ଆପ ପକ୍ଷରୁ ବିଜେପିର ଟିପ୍ପଣୀ ଉପରେ ଏଯାବତ୍ କୌଣସି ପ୍ରତିକ୍ରିୟା ରଖାଯାଇନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ