ଆପଣଙ୍କ ଅବଗତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଥିବା ଦାବିପତ୍ରର ନକଲ ମଧ୍ୟ ପତ୍ର ସହ ସଂଲଗ୍ନ ରହିଛି

ଯାଜପୁର,(ୱାଇଏନ୍ଏସ୍): ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ପାନୀୟ ଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମରେ ରାହାସ ସାମଲଙ୍କ ଘର ନିକଟରେ ଥିବା ଟ୍ୟୁୱେଲ ମରାମତି କରାଯାଉ ନାହିଁ । ଦୀର୍ଘ ଦେଢ ବର୍ଷ ହେଲା ଟ୍ୟୁୱେଲଟି ଅଚଳ ହୋଇ ପଡିଥିବା ବେଳେ ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ଏଠାରେ ପାନୀୟ ଜଳ ପାଇବା ପାଇଁ କୂଅ ବି ନାହିଁ । ଫଳରେ ଏହି ଟ୍ୟୁୱେଲ ଉପରେ ନିର୍ଭରଶୀଳ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏ କ୍ଷେତ୍ରରେ ଦାୟୀ ଅଧିକାରୀଙ୍କ ବିରୋଧରେ ଫାଇବି ଟି ଆଧାରରେ କାର୍ଯ୍ୟାନୁଷ୍ଠାନ ହେଲେ ସାଧାରଣ ଲୋକେ ଖୁସି ହୁଅନ୍ତେ ବୋଲି ସାବିତ୍ରୀ ସାମଲ, ରାହାସ ସାମଲ, ଜୟନ୍ତି ତ୍ରିପାଠୀ ଏବଂ ଗ୍ରାମବାସୀବୃନ୍ଦ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ