ଆପଣମାନେ ଭାରତର ଆତ୍ମାକୁ ଜୀବନ୍ତକରି ରଖିଛନ୍ତି
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜକାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖି ପାରିଛନ୍ତି । ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ । ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶମଧ୍ୟରେ ସମ୍ପର୍କ ବଜାୟରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି । ସେପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ । ଇକୋସିଷ୍ଟମକୁ ରେଖାଙ୍କିତକରି ସ୍ମରଣ କରିଛନ୍ତି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ‘ଷ୍ଟାର୍ଟ-ଅପ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲେ, ଏହି ପଦକ୍ଷେପ ନବ ସୃଜନର ବର୍ଦ୍ଧିଷ୍ଣୁ ମହତ୍ତ୍ୱ, ଯୁବ ପ୍ରତିଭାମାନଙ୍କର ନୂଆ ବିଚାର, ନୂଆ ପ୍ରୟୋଗ ସହିତ ସାମ୍ନାକୁ ଆସିବା ଏବଂ ନୂଆ ସମାଧାନ ଉପସ୍ଥାପନକରିବାର ପରିଚୟ ଦେବାପାଇଁ ଉଦ୍ଦିଷ୍ଟଥିଲା । ଭାରତରେ ଷ୍ଟାର୍ଟ-ଅପର ବହୁତ ବିଚାର ବିକଶିତ ହେଉଛି ଏବଂ ସେଠାରେ ଏକ ବିଶାଳ ଘରୋଇ ବଜାର ଉପସ୍ଥିତ ରହିଛି । ଏହି ଘରୋଇ ବଜାର ବିଶ୍ୱ ସହିତ ସେତିକି ଜଡ଼ିତ ରହିଛି, ଯେତିକି ହେବା ଦରକାରଥିଲା । ଏହା ଜରୁରି ଯେ ଭାରତୀୟ ଷ୍ଟାର୍ଟ-ଅପ ବିଚାର ଗୁଡ଼ିକୁ ଅଧିକ ସୁଯୋଗ ମିଳିବା ଉଚିତ ଏବଂ ସେଗୁଡ଼ିକ ବଜାର ପର୍ଯ୍ୟନ୍ତ ପହଞ୍ଚବନାଇ ରଖନ୍ତୁ । ବୈଶ୍ୱିକ ହେବା ପାଇଁ ସିଲିକନ ଭ୍ୟାଲିଠାରୁ ଉତ୍ତମ ସ୍ଥାନ ଆଉ କିଛି ନାହିଁ । ବିଶ୍ୱରେ ଏମିତି କୌଣସି ଦେଶନାହିଁ, ଯାହାକି ବାକି ବିଶ୍ୱ ସହ ସମ୍ପର୍କ ବୃଦ୍ଧି ନ କରି ବିକଶିତ ହୋଇଛି । ତେଣୁ ଆମ ପାଇଁ ଜରୁରି ଯେ ଆମେ ବିଶ୍ୱ ସହ ଯୋଡ଼ି ହେବାର କୌଣସି ସୁଯୋଗ ଯେମିତି ହାତ ଛଡ଼ା ନ କରିବା । ସରକାର ଭାରତୀୟ ଷ୍ଟାର୍ଟ-ଅପ ଏବଂ ଆମେରିକାର ନିବେଶକଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରୁଛନ୍ତି । ସେ ଆଗ୍ରହ ଦେଖାଇଛନ୍ତି ଯେ ଉଭୟ ପରସ୍ପର ସହ ବାର୍ତ୍ତାକୁ ନୂଆ ସ୍ତର ପର୍ଯ୍ୟନ୍ ତନେଇଯିବା ଆବଶ୍ୟକ । ସେ ନିବେଶକଙ୍କର କିଛି ନୂଆ ବିଚାର ନିଜ ସାଥିରେ ନେଇ ଯାଉଛନ୍ତି, ଯାହା ଭାରତରେ ନୂଆ ନବସୃଜନ ନିମନ୍ତେ ପୁଞ୍ଜିଗତ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ । ସରକାରଙ୍କ କାର୍ଯ୍ୟଶୈଳୀରେ ହେଉଥିବା ପରିବର୍ତ୍ତନ ବାବଦରେ ଉଲ୍ଲେଖ କରି ଭାରତ ଲାଲଫିତା ଶାହିଠାରୁ ଦୂରଉଛି, ଯାହା ଅତୀତରେ ତିଷ୍ଠି ରହିଥିଲା । ସେ କହିଛନ୍ତି ଯେ ପ୍ରାଦ୍ୟୋଗିକତା ଓ ପାରଦର୍ଶିତା ବଡ଼ଆକାରରେ ପୁରୁଣା ଉପାୟକୁ ସମାପ୍ତ କରି ଦେଇଛି । ଭାରତ ସରକାର ଅନୁକୂଳ ବ୍ୟବସାୟ ବାତାବରଣ ସୃଷ୍ଟିନି ମନ୍ତେ କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି । ସରକାରଙ୍କ କାର୍ଯ୍ୟକରିବାର ଉପାୟ କ୍ଷେତ୍ରୀୟସ୍ତରରେ ଲୋକଙ୍କ ସହ ସକି୍ରୟତା ସହ ଯୋଡ଼ି ହେବା ଉପରେ ଆଧାରିତ । ସରକାର ନୀତିଗତ ନିଶ୍ଚିତତାକୁ ବଜାୟ ରଖିବା ତଥା ନିୟମ-ପ୍ରକି୍ରୟା ଗୁଡ଼ିକୁ ତ୍ରୁଟିମୁକ୍ତ କରିବା ଉପରେ ଜୋର ଦେଉଛନ୍ତି, ଯାହା ବିକଶିତ ଦେଶ ଗୁଡ଼ିକର ସ୍ଥିତି ସହ ମେଳ ଖାଉଛି । ସମଗ୍ର ଭାରତରେ, ବିଶେଷକରି ଦୂର ଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଉନ୍ନତ ଅବ ସଂରଚନା ଉପଲବ୍ଧ କରାଇବାବାବଦରେ ନିକଟରେ ମନ୍ତ୍ରିମଣ୍ଡଳ ଧାର୍ଯ୍ୟ କରିଛି ଯେ ବଳକା ୨୫,୦୦୦ ଦୁର୍ଗମ ଗ୍ରାମ ପର୍ଯ୍ୟନ୍ତ ନେଟୱର୍କ କନେକ୍ଟିଭିଟି ପହଞ୍ଚାଯିବ । ରପ୍ତାନି ବାବଦରେ ଭାରତ ଗତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତର ସର୍ବାଧିକ ୬୭୫ ବିଲିୟନ ଆମେରିକୀୟ ଡଲାର ସାମଗ୍ରୀ ଏବଂ ସେବା ରପ୍ତାନି ହାସଲ କରିଛି । ସେ ଆଶାବ୍ୟକ୍ତ କରିଛନ୍ତି ଯେ ଚଳିତ ବର୍ଷ ଏହା ୭୫୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଯିବ । ୨୦୪୭ ପର୍ଯ୍ୟନ୍ତ ଅମୃତ କାଳ ରହିବ, ଯେତେବେଳେ ଆମେ ଭାରତର ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବା । ଏହି କାଳ ଖଣ୍ଡ ବିକଶିତ ଦେଶ ହେବା ଅଭିମୁଖେ ଭାରତର ଯାତ୍ରା ନିର୍ଣ୍ଣାୟକ କାଳ ଖଣ୍ଡସାବ୍ୟସ୍ତ ହେବ । ସେତେବେଳେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହୋଇଯିବ । ପ୍ରବାସୀ ଭାରତୀୟ ଏହି ଯାତ୍ରାରେ ଗୁରୁତ୍ୱ ପୂର୍ଣ୍ଣଭୂମିକା ନିର୍ବାହ କରୁଛନ୍ତି, କାରଣସେମାନେପ୍ରତିଭା, ନୂଆ ବିଚାର ଏବଂ ନବସୃଜନକୁ ଭଲଭାବେ ଚିହ୍ନନ୍ତି, ସେମାନଙ୍କ ମାର୍ଗଦର୍ଶନ, ସମର୍ଥନ ଓ ବିତ୍ତ ପୋଷଣ କରୁଛନ୍ତି । ଗୋୟଲ କହିଛନ୍ତି ଯେ ସେଭାରତ ଓ ଆମେରିକାମଧ୍ୟରେ ସେତୁସ୍ ଥାପନ କରିବାର ଲଗାତର ଉଦ୍ୟମର ସମର୍ଥକ, ଯାହାଅନୁସାରେ ବ୍ୟବସାୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ।


