ଆପିଏଲ ପାଇଁ ପ୍ରସ୍ତୁତି
ଆପିଏଲ ପାଇଁ ବାଜିଛି ବିଗୁଲ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍ ପାଇଁ ଡିସେମ୍ବର ୧୯ ରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିସିସିଆଇ ନିସ୍ପତି ନେଇଛି । ଆସନ୍ତା ବର୍ଷ ହୋବାକୁ ଥିବା ଏହି ଟି୨୦ ଲିଗ୍ ପାଇଁ କୋଲକତାରେ ନିଲାମୀ କରାଯିବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୦୨୦ ରେ ଯେଉଁ ନିଲାମୀ ହେବ ଖୁବ୍ କମ୍ ସଂଖ୍ୟାକ ଖେଳାଳୀ ଭାବ ନେବେ ଏଥିପାଇଁ ସମସ୍ତ ଫାଞ୍ଚାଇଜ୍ କୁ ଅବଗତ କରାଯାଇଛି । ଏଥିରେ କୁହାଯାଇଛି କେଉଁ ଫ୍ରାଞ୍ଚାଇଜ୍ କେଉଁ ଖେଳାଳୀକୁ ରଖିବେ ଆଉ କାହାକୁ ବାଦ୍ ଦେବେ ସେନେଇ ନଭେମ୍ବର ୧୪ ତାରିଖ ସୁଦ୍ଧା ଜଣାଇବାକୁ ପଡିବ । ଆଇପିଏଲ୍ ନିୟମ ଅନୁସାରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ କୁ ଚଳିତ ବର୍ଷ ୮୫ କୋଟି ଟଙ୍କା ଦିଆଯିବ । ଯଦି ଆମେ ନଜର ପକାଇବା ଖେଳାଳୀ କିଣିବା ପାଇଁ ସବୁଠାରୁ ଅଧିକା ଅର୍ଥ ରହିଛି ଦିଲ୍ଲୀ କ୍ୟାପିଟାଲ୍ ପାଖେ ୮କୋଟି ୨୦ଲକ୍ଷ ଏବଂ ସବୁଠାରୁ କମ୍ ଅର୍ଥ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧କେଟି ୮ ଲକ୍ଷ ଟଙ୍କା