ଆପେଆପେ ମରି ଯାଉଛି ନିମ୍ବ ଗଛ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଏବେ କିଛି ଦିନ ହେବ ଚାରିଛକ ଅଞ୍ଚଳ ରେ ଆପେ ଆପେ ନିମ୍ବ ଗଛ ଗୁଡ଼ିକ ମରିଯାଉଛି। ନିମ୍ବ ଗଛ ଗୁଡ଼ିକ ରେ ଫୁଲ ଧରିବା ପରେ ଫଳ ହେବା କଥା। ଏହି ସମୟରେ ନିମ୍ବ କଢ଼ ଆଉ ଫୁଲ କୁ ଲୋକ ମାନେ ତୋଳି ନେଇ ଭାଜି ଖାଇଥାନ୍ତି। ଏହା ଦେହ ପାଇଁ ବେଶ ହିତକର ବୋଲି ଡ଼ାକ୍ତର ମାନେ ପ୍ରକାଶ କରିଛନ୍ତି। କିନ୍ତୁ ନିମ୍ବ ଗଛ ଗୁଡ଼ିକ ଆପେ ଆପେ ଶୁଖିଯାଇ ମରି ଯାଉଥିବାରୁ ଲୋକ ମାନେ ଏହାର କଢ଼ ଆଉ ଫୁଲ ଖାଇବାକୁ ପାଇ ପାରୁ ନାହାଁନ୍ତି। କାହିକିଁ ନିମ୍ବ ଗଛ ଗୁଡ଼ିକ ଆପେ ଆପେ ମରି ଯାଉଛି କେହି କହି ପାରୁ ନାହାଁନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏଣୁ ଗଛ ଗୁଡ଼ିକ ଆପେ ଆପେ ମରିଯାଉଥିବା କେତେକ କହୁଥିବା ବେଳେ କୌଣସି ଅଜଣା ରୋଗ କାରଣରୁ ଗଛ ଗୁଡ଼ିକ ମରି ଯାଉଥିବା ଆଉ କେତେକ କହୁଛନ୍ତି।ନିମ୍ବ ଗଛ ଏକ ଦେବ ଗଛ। ଏଣୁ ଏଗୁଡ଼ିକ ଆପେ ଆପେ ମରି ଯାଉ ଥିବାରୁ ଏହା ସମାଜ ପାଇଁ ଅଶୁଭ ବୋଲି ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।