ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷୀକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ରଣପଡାରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ସଭାପତି ସେକ ଜାକିରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ତପନ କୁମାର ନାୟକ ମୁଖ୍ୟ ଅତିଥି, କାଉନସିଲର ସେକ ଅସଲମ ଓ ସମ୍ପାଦକ ଅବଦୁଲ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସେହିପରି ସ୍କୁଲର ସଭାପତି ସେକ ଜାକିରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କୁମୁଦିନୀ ଦେଇ ମୁଖ୍ୟ ଅତିଥି, ସି.ଆର.ସି.ସି. ଦେବାଶିଷ ସାହୁ, ଅଚ୍ୟୁତ ସାମଲ ଓ ଅସଗର ଅଲ୍ଲୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜ୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିବା ସହ ଆଥଲେଟ୍ ସାହାଦତ ଖାନ, ସେକ ଅବଦୁଲ କାଦିର, ଅନୁଅର ଅଲ୍ଲୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲର ଅଧ୍ୟକ୍ଷା ସାଇରା ପରୱିନ ସଭା ପରିଚାଳନା କରିଥିଲେ । ଆଥଲେଟିକ କୋଚ ସେକ ସୈାକତ ଖାନ କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଗତ ୨୦୧୦ମସିହାରେ ମାତ୍ର ୫ଜଣ ଛାତ୍ରଛାତ୍ରୀ ଓ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହୋଇଥିବା ବେଳେ ଏଥିରେ ଓଡିଆ, ଇଂରାଜୀ, ହିନ୍ଦୀ, ଆରବୀ ଓ ପାର୍ସୀ ଭଳି ୫ଟି ଭାଷାରେ ଶିକ୍ଷା ପ୍ରଦାନ କରାଯାଇଥାଏ । ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି ସ୍କୁଲରେ ଜିଲ୍ଲାର ଗରିବ, ଅନାଥ, ସାମାଜିକ ଅନଗ୍ରସର ଓ କ୍ରୀଡା ପ୍ରତିଭା ଥିବା ପିଲାମାନଙ୍କୁ ବିନା ଫିସରେ ପାଠ ପଢାଯାଇଥାଏ । ଏହି ଉତ୍ସବ ପରିଚାଳନାରେ ସ୍କୁଲର ଶିକ୍ଷୟିତ୍ରୀ ମିନୁରାଣୀ ସାହୁ, ସାହିଲା ଇଫତେଖାର, ସଗୁପ୍ତା ଆର୍ଯ୍ୟୁ, ଉଜମା ରୁକସାର, ଅକ୍ତରୀ, ଆସମା ପରୱିନ, ସେକ ଆଶାତୁଲ୍ଲା, ସସ୍ମିତା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ