ଆପ୍ତିରା ଉପ୍ରା ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ବନ୍ତ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ଆନୁକୂଲ୍ୟରେ ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୋପବନ୍ଧୁ ଓ ଜନ ସେବା ସଂପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଗୋପବନ୍ଧୁଙ୍କ ଆତ୍ମଜୀବନୀ ଉପରେ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଗୋପୀନାଥ ଦାଶ ପରିଚାଳନା କରିଥିଲେ । ଶିକ୍ଷକ ରବିନ୍ଦ୍ର କୁମାର ଜେନା ଗୋପବନ୍ଧୁଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ ଓ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁଷମା ଜେନା, ଅନୁଜା ପଣ୍ଡା, ଜାନକୀବାଳା ଜେନା, ସସ୍ମିତା ବିଶ୍ୱାଳ, ଶିକ୍ଷକ ପ୍ରଭାତ କୁମାର ନାୟକ ସହଯୋଗ କରିଥିଲେ ।