ଆପ୍ରେନ୍ଟିସିପ କାର୍ଯ୍ୟକ୍ରମରେ ଭାଗୀଦାରୀ ହେଲେ କେନ୍ଦ୍ରୀୟ ପିଏସୟୁ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) : ପିଏସୟୁ ମାନଙ୍କୁ ସମ୍ପୁର୍ଣ୍ଣ କାର୍ଯ୍ୟବଳର ଅଂଶ ରୂପେ ଆପ୍ରେନ୍ଟିସ ସଂଖ୍ୟା ବଢାଇବା ପାଇଁ ପ୍ରୋତ୍ସାହନ ଦେବାକୁ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡଃ ମହେନ୍ଦ୍ରନାଥ ପାଣ୍ଡେ କେନ୍ଦ୍ରୀୟ ପିଏସୟୁ କମ୍ପାନୀ ମାନଙ୍କୁ ସରକାରଙ୍କ ଆପ୍ରେନ୍ଟିସିପ କାର୍ଯ୍ୟକ୍ରମରେ ଭାଗନେଇ ଆପ୍ରେନ୍ଟିସିପ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିଥିଲେ । ଏକ ଜାତୀୟ ସେମିନାରର ଆୟୋଜନ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ, ଷ୍ଟାଣ୍ଡିଂ କନଫରେନସ୍ ଅଫ ପବ୍ଲିକ ଏଂଟରପ୍ରାଇଜେସ (ଏସସିଓପିଇ) ଏବଂ ଡିପାର୍ଟମେଂଟ ଅଫ ପବ୍ଲିକ ଏଂଟରପ୍ରାଇଜ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଏମଏସଡିଇ, ଶ୍ରୀ ଆର.କେ. ସିଂ, ଏମଏସଡିଇ ସଚିବ ଡଃ କେପି କ୍ରିଷ୍ଣନ ଆଦି ଯୋଗ ଦେଇଥିଲେ । ମନ୍ତ୍ରାଳୟ ପକ୍ଷରୁ ଆପ୍ରେନ୍ଟିସ ମାନଙ୍କ ନିଯୁକ୍ତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ମୂଳ ଲକ୍ଷ କୁଶଳୀ କାର୍ଯ୍ୟବଳ ପାଇଁ ଚାହିଦା ଓ ଯୋଗାଣ ମଧ୍ୟରେ ତାରତମ୍ୟ ଦୂରକରିବା ଏବଂ ଦେଶର ଯୁବବର୍ଗ କୁ ଅଧିକ ନିଯୁକ୍ତି ସୁଯୋଗ ଦେବା ରହିଛି । ଅଧିକାଂଶ ପିଏସୟୁ ରେ ଟେକନିକାଲ ଓ ମାନୁଫ୍ୟାକ୍ଚରିଂ କାର୍ଯ୍ୟରେ ଆପ୍ରେନ୍ଟିସ ମାନଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ।


