ଆଫଗାନସ୍ଥାନରେ ଆତଙ୍କବାଦୀ ବିସ୍ପୋରଣ ,୧୧ ମୃତ ,୧୩ ଆହାତ
ନୂଆଦିଲ୍ଲୀ , ଆଫଗାନସ୍ଥାନର ପୂର୍ବ ନାଂଗରହାର ପ୍ରାନ୍ତରେ ରାଜଧାନୀ ଜଲାଲାବାଦର ପୋଲିସ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଚି ଆତ୍ମଘାତୀ ବିସ୍ପୋରଣ କରିଛି । ବିସ୍ପୋରଣରେ ୧୧ ଜଣଙ୍କ ପ୍ରାଣହାନୀ ଘଟିଛି । ୧୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ମୃତକ ମାନଙ୍କ ମଧ୍ୟରେ୩ ଜଣ ଛୋଟ ଶିଶୁ ରହିଥିବା ବେଳେ ଅନେକ ପୋଲିସ କର୍ମଚାରୀ ଅଛନ୍ତି । ନାଂଗରହାର ପ୍ରାନ୍ତର ରାଜ୍ୟପାଳ ଆତ୍ମଘାତୀ ବିସ୍ପୋରଣ ଆଇଏସ ଦ୍ୱାରା ଏଭଳି ନରସଂହାର କରାଯାଇଥିବା କଥା କହିଛନ୍ତି । ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଆଫଗାନସ୍ଥାନର ସୁରକ୍ଷା କର୍ମୀ ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେଉଛି । ବାରମ୍ଭାର ଆକ୍ରମଣ ଓ ଶାନ୍ତି ଫେରାଇ ଆଣିବା ପାଇଁ ବନ୍ଦୀ ଥିବା ୪୦୦ ରୁ ଅଧିକ ଆତଙ୍କବାଦୀ ଙ୍କୁ ମୁକ୍ତ କରାଯିବ ବୋଲି ସରକାର ତରଫରୁ ନିଷ୍ପତି ନିଆଯାଇଥିଲା ।