ଆଫଗାନିସ୍ତାନକୁ ଫେରିଲା ତାଲିବାନୀ ଯୁଗ

ନୂଆଦିଲ୍ଲୀ, ଆଫଗାନିସ୍ତାନର କାବୁଲକୁ ତାଲିବାନ୍ ଦଖଲ କରିବା ପରେ ଆଫଗାନ ସରକାର ସମ୍ପୂର୍ଣ୍ଣ ଭାବରେ ତା ନିକଟରେ ଆତ୍ମ ସମର୍ପଣ କରି ଦେଇଥିଲେ । ଆଫଗାନିସ୍ତାନରେ ପୁଣି ଥରେ ଦେଖିବାକୁ ମିଳିବ ତାଲିବାନ୍ ଯୁଗ । ଗାଦି ହସ୍ତାନ୍ତର କରିବା ପରେ ରାଷ୍ଟ୍ରପତି ଦେଶ ଛାଡ଼ି ଦେଇଛନ୍ତି । ସେ ଆଫଗାନିସ୍ତାନ ଛାଡ଼ି ତାଜାକିସ୍ଥାନ ଚାଲି ଯାଇଛନ୍ତି । ୧୦୦ ଦିନରୁ ଉର୍ଦ୍ଧ ଚାଲିଥିବା ଏହି ସଂଘର୍ଷ ପରେ ତାଲିବାନ୍ ଶେଷରେ ଗାଦି ଅକ୍ତିଆର କଲା । ତାଲିବାନ୍ ର ସବୁଠୁ ଚର୍ଚ୍ଚିତ ନେତା ଗୋନୀଙ୍କ ନିକଟରୁ ଶାସନ ଡୋର ସମ୍ଭାଳିବା ପାଇଁ ପହଞ୍ଚି ଥିଲେ । ଏହା ପୂର୍ବରୁ ତାଲିବାନ୍ ପକ୍ଷରୁ କୁହାଯାଇଥିଲା ଯେ ଜନ ସାଧାରଣ ଙ୍କୁ ଡରିବାର କିଛି ନାହିଁ । କାବୁଲରେ ପ୍ରବେଶ କରିବା ପୂର୍ବରୁ ତାଲିବାନ୍ ସରକାର କହିଥିଲେ ଯେ ପୋଲିସ କୁ ଭୟ କରିବାର ଆବଶ୍ୟକ ନାହିଁ । ଆମେ କାବୁଲରେ ପ୍ରବେଶ କଲୁ ।ଏହା ମଧ୍ୟରେ କାବୁଲ ରୁ ୧୨୯ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ର ଗୋଟିଏ ସ୍ଵତନ୍ତ୍ର ବିମାନ ଦିଲ୍ଲୀ ରେ ଆସି ପହଞ୍ଚି ଯାଇଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ୍ ଭାରତୀୟ ଦୂତାବାସ ପକ୍ଷରୁ କାହାକୁ ଡାକରା ହୋଇ ନାହିଁ । ପରିସ୍ଥିତି କୁ ଦେଖି ସେମାନଙ୍କୁ ଅଣା ଯିବ । କିନ୍ତୁ ବ୍ରିଟେନ ନିଜର ରାଜଦୂତ ମାନଙ୍କୁ ଏୟାର ଲିଫ୍ଟ କରି ଆଣିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ