ଆଫଗାନିସ୍ଥାନ ଉପରେ ଆଲୋଚନା ପାଇଁ ୨୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଆଫଗାନିସ୍ଥାନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡାକିବାପାଇଁ ନିଷ୍ପତି ନେଇଛନ୍ତି । କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି ଯେ ସର୍ବଦଳୀୟ ବୈଠକ ୨୬ ଅଗଷ୍ଟ ପୂର୍ବାହ୍ନ ୧୧ଟାରେ ହେବ । ଏହି ବୈଠକରେ ବିଦେଶ ମନ୍ତ୍ରାଳୟ ବିରୋଧରେ ଥିବା ସମସ୍ତ ପ୍ରଶ୍ନ ଉତର ଦିଆଯିବ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଆଫଗାନିସ୍ଥାନର ଘଟଣାକ୍ରମକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ମନ୍ତ୍ରାଳୟକୁ ରାଜନୈତିକ ଦଳର ଲିଡରଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ