ଆଫଗାନିସ୍ଥାନ ଯିବା ପାଇଁ ଅନୁପ୍ରବେଶ ଯୋଜନା
କଲିକତା, (ୱାଇଏନ୍ଏସ୍): ଆଫଗାନିସ୍ଥାନକୁ ତାଲିବାନ ଅକ୍ତିଆରକୁ ନେବା ପରେ ବାଂଲାଦେଶୀ କଟ୍ଟରପନ୍ଥୀ ମାନେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଗଦେବାର ସମ୍ଭାବନା ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସହିତ ଲାଗିଥିବା ଭାରତୀୟ-ବାଂଲାଦେଶ ସୀମା ଅନୁପ୍ରବେଶ ପାଇଁ ବ୍ୟବହାର କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖବ ସୀମା ସୁରକ୍ଷା ବଳ (ବିଏସଏଫ) କୁ ସତର୍କ କରାଯାଇଛି । ବିଏସଏଫ ଦକ୍ଷିଣ ସୀମା, କଲିକତା ଡିଜି ତଥା ମୁଖପାତ୍ର ସୁରଜିତ ସିଂ ଗୁଲେରିଆ କହିଛନ୍ତି ଯେ, ଆନ୍ତର୍ଜାତୀୟ ସମୀାରେ ବିଏସଏଫ୍ ସମ୍ପୂର୍ଣ୍ଣ ସତର୍କ ରହିଛି ।ଏହା ପୂର୍ବରୁ ଢ଼ାକା ପୋଲିସ କମିଶନର ସଫିକୁଲ ଇସଲାମ କହିଥିଲେ ଯେ, କିଛି ଯୁବକ ଭାରତ ଦେଇ ଆଫଗାନିସ୍ଥାନ ଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ସୁରକ୍ଷା ଏଜେନସିମାନେ ମଧ୍ୟ ଅଟକ ରଖିଛନ୍ତି । କିନ୍ତୁ ସଫିକୁଲ ଗିରଫ ହୋଇଥିବା ଯୁବକଙ୍କ ସଂଖ୍ୟା ଦେଇନାହାଁନ୍ତି ।


