ଆଫଗାନ ପୋଲିସ ମୁଖ୍ୟଙ୍କୁ ନିର୍ମମ ହତ୍ୟା କଲା ତାଲିବାନ

କାବୁଲ: ଜଣେ ଆଫଗାନ ପୋଲିସ ମୁଖ୍ୟଙ୍କୁ ତାଲିବାନ ଗୋଷ୍ଠୀ ସାମ୍ନାରେ ଆତ୍ମସମର୍ପଣ କରିବା ପରେ ତାଲିବାନ ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ଭିଡିଓ ଟ୍ୱିଟରରେ ଭାଇରାଲ ହେଉଛି। ଜଣେ ଆମେରିକୀୟ ସାମ୍ବାଦିକ ଭିଡିଓ ଟ୍ୱିଟ କରି ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ ଲେଖିଛନ୍ତି,’ଏହା ସେମାନଙ୍କ ସାର୍ବଜନିକ କ୍ଷମା’ ଟ୍ୱିଟରରେ ଭାଇରାଲ ହେଉଥିବା ଏକ ଭିଡିଓରେ ହାଜି ମୁଲ୍ଲା ଅଚକଜଇଙ୍କୁ ଦେଖାଯାଇଛି ଯିଏ ହେରାତ ବଗଦିସ ପ୍ରାନ୍ତରେ ପୋଲିସର ନେତୃତ୍ୱ ନେଇଥିଲେ। ନ୍ୟୁଆର୍କ ରିପୋର୍ଟ ଅନୁଯାୟୀ, ଭିଡିଓରେ ଦେଖାଦେଉଥିବା ବ୍ୟକ୍ତିଙ୍କ ଆଖିରେ ପଟ୍ଟୀ ବନ୍ଧା ଯାଇଛି। ଗୁଳି ଚାଲିବା ପୂର୍ବରୁ ସେ ଆତ୍ମସମର୍ପଣ କରିଦେଇଥିଲେ। ଗୁଳି ଚାଲିବା ପରେ ତାଙ୍କ ମରଶରୀର ଜମି ଉପରେ ଟଳି ପଡିଛି। ସୂଚନାଯୋଗ୍ୟ ଯେ ଆଫଗାନ ସରକାରୀ ଅଧିକାରୀଙ୍କ ପାଇଁ ତାଲିବାନ ଦ୍ୱାରା ମଙ୍ଗଳବାର ଦିନ ଘୋଷିତ ସାର୍ବଜନିକ କ୍ଷମା ପରେ ଏହା ସାମ୍ନାକୁ ଆସିଛି। ତାଲିବାନ ମହିଳା ସମେତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କାମକୁ ଫେରିବାକୁ କହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ