ଆଫ୍ଗାନିସ୍ତାନର ରାଜନୈତିକ ସଙ୍କଟ ଭାରତ ପାଇଁ ଆଣିଦେବ ବଡ଼ କ୍ଷତି
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନଙ୍କ ରାଜୁତି ପରେ ଏବେ ଭାରତୀୟ ରପ୍ତାନୀ ପ୍ରଭାବିତ ହେବ । ଫେଡେରେସନ ଅଫ ଇଣ୍ଡିଆନର ରିପୋର୍ଟ ଅନୁଯାଇ, ଆଫଗାନିସ୍ତାନରେ ରାଜନୈତିକ ଅସ୍ଥିରତା ଯୋଗୁଁ ଭାରତୀୟ କମ୍ପାନୀ ପ୍ରଭାବିତ ହେବେ। ବହୁ କମ୍ପାନୀ ସେହି ଦେଶରେ ପୁଞ୍ଜି ଖଟାଇବା ସହ ବହୁ ଦ୍ରବ୍ୟ ରପ୍ତାନୀ କରୁଥିଲେ। ରାଜନୈତିକ ଅସ୍ଥିରତା କାରଣରୁ ଅନିଶ୍ଚିତତା ଜାରି ରହିବ ଏବଂ ତାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ପ୍ରଭାବିତ କରିବ ବୋଳି ଅର୍ଗାନାଇଜେସନର ପୂର୍ବତନ ସଭାପତି ତଥା ପ୍ରମୁଖ ରପ୍ତାନୀକାରୀ ଏସ.କେ.ସାରଫ କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା କାରରୁ ବାଣିଜ୍ୟ ନିଶ୍ଚିତ ପ୍ରଭାବିତ ହେବ ବୋଲି ସଙ୍ଗଠନର ଉପସଭାପତି ଖଲିଦ ଖାନ କହିଛନ୍ତି। ପରିସ୍ଥିତି ସ୍ୱାଭାବିକ ହେଲେ ଯାଇ କୌଣସି ସୁଫଳ ମିଳିବ ବୋଲି ସେ କହିଛନ୍ତି। ଜଗହାରଲାଲ ନେହୁରୁ ବିଶ୍ୱବିଦ୍ୟାଳୟର ଅର୍ଥନୈତିକ ବିଭାଗର ପ୍ରଫେସର ବିଶ୍ୱଜିତ ଧର କହିଛନ୍ତି ଯେ ଭାରତ ବିପୁଳ ସହୟତା ଦେଇ ଆଫଗାନିସ୍ତାନରେ ଏକ ବଜାର ସୃଷ୍ଟି କରିପାରିଥିଲା। ବର୍ତ୍ତମାନ ପରିସ୍ଥିତି ଯୋଗୁଁ ସେସବୁ ବନ୍ଦ ହୋଇଯିବ। ଏବେ ଭାରତୀୟ ରପ୍ତାନୀକାରୀ ତୃତୀୟ ପକ୍ଷ ଖୋଜି ଆଫଗାନିସ୍ତାନକୁ ବିଭିନ୍ନ ଦ୍ରବ୍ୟ ରପ୍ତାନୀ କରିବାକୁ ପଡିବ ବୋଲି ଭାରତୀୟ ପ୍ଲାଷ୍ଟିକ ଏକ୍ସପୋର୍ଟ ପ୍ରୋମୋସନ କାଉନସିଲର ଅଧ୍ୟକ୍ଷ ଅରବିନ୍ଦ ଗୋଏଙ୍କା କହିଛନ୍ତି। ଆଫଗାନିସ୍ତାନକୁ ବିଭିନ୍ନ ଦ୍ରବ୍ୟ ରପ୍ତାନୀ କରୁଥିବା ସାଇ ଇଣ୍ଟରନ୍ୟାସନାଲର ମାଲିକ ରାଜୀବ ମାଲହୋତ୍ରା କହିଛନ୍ତି ଯେ ଠିକ ସମୟରେ ପେମେଣ୍ଟ ମିଳିବା ସମ୍ଭାବନା ନଥିବା କାରଣରୁ ରପ୍ତାନୀ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୨୦୨୦-୨୧ ବର୍ଷରେ ୧.୪ ବିଲିୟନ ଡଲାର ରହିଥିବା ବେଳେ ୨୦୧୯-୨୦ରେ ତାହା ୧.୫୨ ବିଲିୟନ ଡଲାର ରହିଥିଲା। ଭାରତର ରପ୍ତାନି ପରିମାଣ ୮୨୬ ନିୟୁତ ଡଲାର ରହିଥିବା ବେଳେ ଆମଦାନୀ ପରିମାଣ ୫୧୦ ନିୟୁତ ଡଲାର ୨୦୨୦-୨୧ ରହିଥିଲା।