ଆବର୍ତନ ପାଣ୍ଠିରୁ ଜୀବନ ଜୀବିକା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଧେଶ କୁ ସଂମାନ ଜଣାଇ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀଙ୍କ ତତ୍ୱାବଧାନରେ ଗୋବରବନ୍ଧ ବନସୁରକ୍ଷା ସମିତି ର ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବନ ସୁରକ୍ଷା ସମିତି ରେ ଓଡିଶା ସରକାରଙ୍କ ବନ ବିଭାଗ ଦ୍ୱାରା ପରିଚାଳିତ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ର ଆବର୍ତ୍ତନ ପାଣ୍ଠିରୁ ଏକଲକ୍ଷ ଟଙ୍କା ଋଣ ମଂଜୁର କରି ମିଶନ ଶକ୍ତି ଙ୍କ ମିଳିତ ସହଯୋଗରେ ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ କୁକୁଡ଼ା ଚାଷକୁ ଆପଣାଇଛନ୍ତି. ଭବିଷ୍ୟତରେ ଜୈବିକ ପଦ୍ଧତିରେ ପରିବା ଚାଷ ଓ ଗ୍ରାମଟିକୁ ସ୍ୱନିର୍ଭର କରିବା ପାଇଁ ଚାଉଳ କଳ କିମ୍ବା ଚୁନା କଳ କ୍ରୟ କରିବା ପାଇଁ ମନୋନିବେଶ କରିଛନ୍ତି. ବନ ବିଭାଗର ପ୍ରକଳ୍ପ ମାଧମରେ ଏପରି ସାମାଜିକ ଗୋଷ୍ଠୀ ଗତ ଉର୍ନତି ପ୍ରକୃତରେ ଜଙ୍ଗଲ ନିକଟବର୍ତ୍ତୀ ସାଧାରଣ ଜନତାଙ୍କ ଜଙ୍ଗଲ ନିର୍ଭରତା କୁ ହ୍ରାସ କରି ଗୋଷ୍ଠୀ ଉର୍ନତି ପାଇଁ ଏକ ବିକାଶର ନୂତନ କାହାଣୀ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ର ଚକ୍ରବିନ୍ଦୁ ପାଲିଟିଛି. ଏପରିକି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଙ୍କ ଛତ୍ର ଛାୟା ତଳେ ରହି କାର୍ଯ୍ୟକ୍ରମ କରୁଥିବା ପ୍ରକଳ୍ପ କର୍ମଚାରୀ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନଙ୍କୁ ପ୍ରଶଂସା ର ସୁଅ ଛୁଟୁଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ