ଆବାସିକ ବିଶ୍ୱ ବିଦ୍ୟାଳୟରେ କ୍ରୀଡା ଉତ୍ସବ ପାଳିତ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବ୍ଲକ ଗୋବରା ଗ୍ରାମରେ ଅବସ୍ଥିତ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ଗୁରୁବାର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହୌି ଅବସରରେ ମୁଖ୍ୟ ଅତିଥିଭାବେ ଶୁଭେନ୍ଦୁ ରଂଜନ ପ୍ରଧାନ ,ସୂଚନାଅଧିକାରୀ କର୍ମୀ ,ଆନ୍ଦ୍ର ବ୍ୟାଙ୍କ ପରିଚାଳକ ନିହାର ରଂଜନ ପ୍ରଧାନ ,ଏବଂ ସମ୍ମାନୀତ ଅତିଥିଭାବେ ରୋଟାରି କ୍ଲବ ସଭାପତି ରବିନ୍ଦ୍ର କୁମାର ପ୍ରଧାନ , ମହିଳା ମହାବିଦ୍ୟାଳୟର ଅଧକ୍ଷା ମାମାଦେବୀ ପିଲା ମାନଙ୍କୁ ଶେଷରେ ପୁରସ୍କାର ପ୍ରଦାନ କରିବା ସହ ସଭାପତି ଦାଇତ୍ୱ ତୁଲାଇଥିଲେ । ଶେଷରେ ପୁରସ୍କାର ଆୟୋଜକ ଭାବେ ଗଂଙ୍ଗାଧର ଗୈାଡ, କରିଥିବା ବେଳେ ଚିନ୍ମୟୀ ନାୟକ ଧନ୍ୟବାଦ ଦେବା ସହ ସହଯୋଗ କରିଥିଲେ ।ଉକ୍ତ ଉତ୍ସବକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଗୀତା ସେଠୀ,ବାବୁ ବେହେରା, ଶାଶ୍ୱତ ଷଡଙ୍ଗୀ ,ନମ୍ରତା ପଣ୍ଡା,ରଶ୍ମିତା ମିଶ୍ର,ଦୀପ୍ତିମୟୀ ନାୟକ ,ରାଜଶ୍ରୀ ନାୟକ, ସଭାପତି କୁଞ୍ଜ ବିହାରୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।