ଆବାସ ଅଗ୍ରଗତି ନେଇ ସମୀକ୍ଷା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବିଭାଗୀୟ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ଯୋଗଦେଇ ଆବାସ ଯୋଜନା କେଉଁଭଳି ଭାବେ କାର୍ଯ୍ୟକାରୀ ହେଉଛି ସମୀକ୍ଷା କରିଥିଲେ। ବିଶେଷ କରି ହିତାଧିକାରୀ ମାନଙ୍କୁ ପ୍ରଥମେ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ପରବର୍ତ୍ତୀ ସମୟରେ ଗୃହ ନିର୍ମାଣକୁ ନେଇ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଅଧିକାରୀ ସମୀକ୍ଷା କରିଥିଲେ। ଏଥିରେ ଗୃହ ନିର୍ମାଣ ଅଧିକାରୀ ଦେବେନ୍ଦ୍ର କୁମାର ପାଣ୍ଡଵ, ବଳରାମ ବେହେରା, ଜିପିଓ ମୀନକେତନ ବାରିକ, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ଦୀକ୍ଷିତ, ଗୋବିନ୍ଦ ବେହେରା, ପିଇଓ ବିକ୍ରମ ସାହୁ, ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ଗୃହ ନିର୍ମାଣ ପାଇଁ ଅନଲାଇନ ଟ୍ୟାଗ କର୍ମଚାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।