ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ ଗରୀବ ପରିବାର

ଶେରଗଡ଼, (ବିଭୁ ପ୍ରସାଦ ଦାଶ): ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ର ସଂଯୁକ୍ତା ଭୂୟାଁ ଓ ସ୍ୱାମୀ ରବି ଭୂୟାଁ ଉଭୟ ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ ନା ଅଛି ଘର ନା ଅଛି ରାସନ କାର୍ଡ଼ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁଇ ପୁଅ ଙ୍କୁ ନେଇ ପର ଘରେ ଭଡ଼ା ରେ ରହୁଛନ୍ତି । ଦୀର୍ଘ ବର୍ଷ ହେଲା ପର ଘର ଉପରେ ନିର୍ଭର ଶିଳ ହୋଇ ଜୀବନ ବିତାଉଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଗୋଚର ହେଉନଥିବା ପରିଲକ୍ଷିତ ହେଉଛି । ସରକାରଙ୍କ ଯୋଜନା କେବଳ ଯୋଜନା ରେ ରହିଯାଉଥିବା ଦେଖିବାକୁ ମିଳୁଛି । ସରକାର ଗରିବ ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରଥିଲେ ମଧ୍ୟ ଏହା ବାଟମାରଣା ହେଇଯାଉଥିବା ଦେଖିବାକୁ ମିଳୁଛି । ଗରିବ ଲୋକ ଅପେକ୍ଷା ଧନୀ ଲୋକ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉଛି ହେଲେ ନିରୀହ ଗରିବ ଲୋକଟି କାହାକୁ କହିବ କିଏ ତା କଥା ଶୁଣିବ । ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ବସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସାରେ ଆଜିବି ଲୋକ ମାନେ ଆଶା ରେ ଅଛନ୍ତି ସେମାନଙ୍କୁ ନ୍ୟାୟ ନିଶ୍ଚିତ ମିଳିବ । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ନିରୀହ ଗରିବ ଲୋକ ମାନଙ୍କ ଦୁଃଖକୁ ବୁଝନ୍ତୁ ଏବଂ ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ