ଆବାସ ଯୋଜନାରୁ ବଞ୍ଚିତ ବାବାଜି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ଷଡଙ୍ଗ ଗ୍ରାମର ବାବାଜି ମାଝୀ ନାମକ ଜଣେ ବ୍ୟକ୍ତି ଆବାସ ଯୋଜନାରୁ ବଞ୍ଚିତ ହୋଇ ଏକ ଭଙ୍ଗାଘରେ କାଳାତିପାତ କରୁଛନ୍ତି । ୨୦୧୧ ମସିହାରୁ ତାଙ୍କ ନାମରେ ଘର ମିଳିବାକୁ ଥିବା ତାଲିକା ପଞ୍ଚାୟତରେ ଟଙ୍ଗା ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ବାସଗୃହଟିଏ ପାଇ ପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏକ ଭଙ୍ଗା ଚାଳଘର ଯେଉଁଥିରେକି ପଳିଥିନି ଘୋହା ଯାଇଛି ସେହି ଭଙ୍ଗା ଚାଳଘରେ ନିଜ ଜୀବନକୁ ବିପନ୍ନ କରି ପରିବାର ସହିତ ପଡି ରହିଛନ୍ତି । ପ୍ରଥମେ ପଞ୍ଚାୟତ କର୍ତ୍ତୁପକ୍ଷ ଓ ପରେ ବ୍ଲକକୁ ଯାଇ ବୁଝିବାରୁ ତୁମେ ଘର ପାଇ ସାରିଛ ବୋଲି କହିବାରୁ ବାବାଜି ଏନେଇ ଆର.ଟି.ଆଇ ରେ ତଥ୍ୟ ମାଗିବାରୁ ତଥ୍ୟରେ ଘର ପାଇନଥିବା ନେଇ ବ୍ଲକ କର୍ତ୍ତୁପକ୍ଷ ଷ୍ପଷ୍ଟ କରିଥିଲେ । ପରେ ଏନେଇ ସେ ବାରମ୍ବାର ବ୍ଲକ ଓ ପଞ୍ଚାୟତକୁ ଦୌଡୁଥିଲେ ମଧ୍ୟ କିଛି ସୁଫଳ ମିଳିପାରୁନି । ଆଜି ପର୍ଯ୍ୟନ୍ତ ତାଙ୍କୁ ଘର କଣ୍ଡିଏ ଯୋଗାଇ ଦିଆଯାଉ ନଥିବାରୁ ସେ ମାନସିକ ଚାପରେ ଅଛନ୍ତି ବୋଲି କହିଛନ୍ତି । ଆମ ପଞ୍ଚାୟତର ଅନେକ ଧନି ଶ୍ରେଣୀର ଲୋକ ଓ ଆବାସ ଯୋଜନାରେ ଘର ପାଇଥିବା ଲୋକଙ୍କୁ ତା ପରେ ତା ପରେ ଘର ଦିଆଯାଉଛି ଆମେ କି ଦୋଷ କଲୁ ଯେ ଆମ ବେଳକୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ତ ପୁର୍ବ କଥା କହିପାରିବିନି କିନ୍ତୁ ଏବେ ଆବାସ ଯୋଜନା ହିତାଧିକାରୀ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ଅଛି, ଘର ଆସିଲେ ତାଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ