ଆବାସ ଯୋଜନାରେ ଘର ଦେବାକୁ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି ସରପଞ୍ଚ
କଳାହାଣ୍ଡି,(ୱାଇଏନ୍ଏସ୍): ଏଭଳି ଏକ ଚାଞ୍ଚଲ୍ୟ କରଣର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କ ନାରେ ଯୁବତୀକୁ ଆବାସ ଯୋଜନାରେ ଘର ଖଣ୍ଡେ ଦେବାପାଇଁ ରସିକିଆ ସରପଞ୍ଚ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଅଛି | ଉକ୍ତ ଅଭିଯୋଗକୁ ଆଧାର କରି ଏମ ରାମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ମାଝୀ ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ସଭାଗୃହରୁ ରସିକିଆ ସରପଞ୍ଚଙ୍କୁ ଉଠାଇ ଆଣି ପଚରା ଉଚରା ଜାରି ରଖିବା ବେଳେ, ସେପଟେ ରସିକିଆ ସରପଞ୍ଚ ଏହାକୁ ରାଜନୀତି ଷଡ଼ଯନ୍ତ ବୋଲି କହୁଥବା ବେଳେ ଅଭିଯୋଗ କାରିଣୀ ଫୋନରେ କଥା ହୋଇଥିବା ରେକଡ଼ ଡିଙ୍ଗ ପୋଲିସକୁ ଦେଇଛନ୍ତି | ଏଥିରୁ ସ୍ପଷ୍ଟ ବାହାରି ହେଉଅଛି | ଆମ ନବୀନ ସରକାରଙ୍କ କଥା ଗାଁକୁ କାମ ନାରୀକୁ ସମ୍ମାନ, ବର୍ତମାନ ଦେଖିବାକୁ ବାକିରହିଲା ରସିକିଆ ସରପଞ୍ଚଙ୍କ ବିରୋଧରେ କି କାର୍ଯ୍ୟନୁଷ୍ଠାନ ନେଉଛନ୍ତି |


