ଆବାସ ଯୋଜନାରେ ନାମ ଆସିଛି କିନ୍ତୁ ଘର ସେମାନଙ୍କ ପାଇଁ ସାତ ସ୍ବପ୍ନ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ, ଆବାସ ଯୋଜନା ରେ ନା’ ଆସିଛି କିନ୍ତୁ ଘର ସାତ ସ୍ବପ୍ନ, ଆମେ କହୁଛୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁରପୁର ଗାଁ ର ସଂଯୁକ୍ତା ଭୂୟାଁ ଙ୍କ କଥା । ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ ବିଜୁ ପକ୍କା ଘର ଯୋଜନା ରେ ନା’ ଆସିଥିଲେ ମଧ୍ୟ ପ୍ରଶାସନ ର ଅପାରଗତା ଯୋଗୁଁ ଆବାସ ଯୋଜନା ରୁ ବଞ୍ଚିତ। ସେମାନଙ୍କ ପାଇଁ ଆବାସ ସତେ ଯେମିତି ସାତ ସପନ ପାଳିଟିଛି । ବାତ୍ୟା ଓ ବର୍ଷା ହେଲେ ସ୍କୁଲ ବାରଣ୍ଡା ହିଁ ସାହା ।ରହୁଥିବା ଘର ଟି ଆଜବେଷ୍ଟ ହୋଇଥିବା ବେଳେ ଘରେ ଚନ୍ଦ୍ର ଓ ସୂର୍ଯ୍ୟ ଆଲୋକ ପ୍ରତିଦିନ କେଳି କରୁଛନ୍ତି । ଘର ବାରଣ୍ଡା ରେ ରୋଷେଇ ସ୍ଥଳ ହୋଇଥିବା ବେଳେ ବର୍ଷା ହେଲେ ଉପାସ ରେ ରହିବାକୁ ପଡିଥାଏ । ଉଭୟ ସ୍ୱାମୀ ସୂର୍ଯ୍ୟ ଭୂୟାଁ ଓ ସ୍ତ୍ରୀ ଦିନ ମଜୁରିଆ ହୋଇଥିବା ବେଳେ ଟଙ୍କିଆ ଚାଉଳ ହିଁ ସେମାନଙ୍କ ସାହା । ସରପଞ୍ଚ ଙ୍କୁ ସେମାନେ ଗୁହାରି କରିଥିଲେ ମଧ୍ୟ୍ୟ କେହି ଶୁଣୁ ନଥିବା ପରିଲିଖିତ ହୋଉଛି ।୨୦ ବର୍ଷ ଶାସନ କାଳ ରେ ସରକାର ଲକ ଡାଉନ ସମୟରେ ରେକର୍ଡ ସଂଖ୍ୟକ ପକ୍କା ଘର କରିଥିବା ଡିଣ୍ଡିମ ପିଟୁ ଥିବା ବେଳେ ଯୋଗ୍ୟ ହିତାଧିକାରୀ ଘର ଟିଏ ପାଇ ପାରୁ ନାହାନ୍ତି ଏହା ଏବେ ବିଡମ୍ବନା ର ବିଷୟ ପାଳିଟିଛି। ଖୋଦ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ରେ ଏମିତି ହୁଏ ଅନ୍ୟ ଅଞ୍ଚଳ ରେ କେଉଁ ଭଳି ଯୋଜନା କାଯ୍ୟକାରୀ ହେଉଥିବ ତାହା ଜ୍ଵଳ ଜ୍ଵଳ ହୋଇ ଦେଖା ଯାଉଥିବ । ଏ ଦିଗରେ ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି କରିଛନ୍ତି ଅସହାୟ ଦମ୍ପତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ