ଆବାସ ଯୋଜନାରେ ମନରେଗା ଯୋଜନା ଅର୍ଥ ହଡପ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଷଢ଼ା ପଞ୍ଚାୟତ ମିଠିଗାଁ ଶିଳପୋଖରୀ ସାହିରେ ଆବାସ ଯୋଜନାରେ ଦେବାକୁ ଥିବା ମନରେଗା ଅର୍ଥ ହଡପ କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଉକ୍ତ ପଞ୍ଚାୟତର ମିଠିଗାଁ ଶୀଳପୋଖରୀ ସାହିର କିଛି ଆଦିବାସୀ ପରିବାରକୁ ଆବାସ ଯୋଜନାରେ ଘର ମିଳିଥିଲା । ସେମାନେ ଘର କାମ କରିବାପରେ  ଘର ଅନୁଦାନ ସହିତ ମନରେଗା ଯୋଜନାରେ ଜବକାର୍ଡରେ ମିଳିବାକୁ ଥିବା ଅର୍ଥ ସେମାନଙ୍କୁ ଦିଆଗଲା ନାହିଁ । ବାରମ୍ବାର ସେମାନେ ଉକ୍ତ ପଞ୍ଚାୟତର ଜିଆରଏସଙ୍କୁ ଭେଟି ଅଭିଯୋଗ କରିବାରୁ ସେ କିଛିଦିନ ଭିତରେ ମିଳିବ, ତୁମ ଏକାଉଣ୍ଟକୁ ପଇସା ଯିବ, ବ୍ୟସ୍ତ ହୁଅ ନାହିଁ କହି ସମୟ ଗଡାଇ ଚାଲିଥିଲେ । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନ ପରେ ଉକ୍ତ ପଞ୍ଚାୟତର ନବ ନିର୍ବଚିତ ସରପଞ୍ଚଙ୍କୁ ଭେଟି ଅନୁରୋଧ କରିବାରୁ ଅନଲାଇନରେ ସେମାନଙ୍କ ମନରେଗା ଯୋଜନାର ସମସ୍ତ  ଟଙ୍କା ପଇଠ ସରିଥିବା ଜଣାପଡିଥିଲା । ଏହି ଅନୁଦାନ ଟଙ୍କାକୁ ଅନ୍ୟ ଗ୍ରାମର କିଛି ବ୍ୟକ୍ତିଙ୍କ ଏକାଉଣ୍ଟକୁ ଯାଇଥିବା ଜଣାପଡିବାପରେ ସାଗର ମାରାଣ୍ଡି, ଭାଗବତ ହେମ୍ରମ, ମହନ ମାଝୀ, ଶରତ ଟୁଡୁ, କସ୍ତୁରୀ ମାଝୀ, ସୁନା ମାଝୀ,  ଚମ୍ପେଇ ହାଁସଦା ପ୍ରମୁଖ ବିଡିଓଙ୍କୁ ସାକ୍ଷାତକରି  ଜିଆରଏସ ଅନନ୍ତ ସ୍ୱାଇଁ ସେମାନଙ୍କ ଅନୁଦାନ ଟଙ୍କା ହଡପ କରିନେଇଥିବା ନେଇ ଅଭିଯୋଗ କରିଥିଲେ । ବିଡିଓ ବିନିତା ବିଜୟିନୀ ତୁରନ୍ତ ଜିଆାରଏସଙ୍କୁ ଡାକି ହିତାଧିକାରୀ ମାନଙ୍କୁ ସେମାନଙ୍କ ଟଙ୍କା ଦେବାକୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ