ଆବାସ ଯୋଜନା କାହା ପାଇଁ? ପ୍ରକୃତ ହିତାଧିକାରୀ ପାଉ ନାହାନ୍ତି ଆବାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ରସରକାର ଓ ରାଜ୍ୟସରକାର ମିଳିତ ଉଦ୍ୟମରେ ଦୁର୍ଗମ ଅଞ୍ଚଳ ହେଉ କି ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ନିହାତି ଗରିବଶ୍ରେଣୀ,ବିଧବା,ଅସହାୟ ପରିବାରକୁ ରାସନ କାର୍ଡ, ଭତ୍ତା ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ନିର୍ମାଣପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ସଠିକ ହିତାଧିକାରୀ ଙ୍କୁ ନ ଦେଈ ମୋହନା ବ୍ଲକ ବିଭିନ୍ନ ପଞ୍ଚାୟତରେ ପକ୍କାଘର ଆସିଥିବା ବ୍ୟକ୍ତିଙ୍କଠାରୁ ପାଞ୍ଚ ହଜାର ରୁ ଦଶ ହଜାର ଟଙ୍କା ମାଗୁଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କା ନ ଦେଲେ ବାଦ ପଡ଼ୁଛନ୍ତି ହିତାଧିକାରୀ.କିଛି ସ୍ଥାନରେ ସରପଞ୍ଚ ମଧ୍ଯ ବୁଲେଇ ବଙ୍କାଇ ମାଗୁଛନ୍ତି ଯାହା ଦ୍ୱାରା ଯୋଗ୍ୟ ହିତାଧିକାରୀ ଘର ନ ପାଈ ନିରାଶ ହୋଇଥିବାବେଳେ ଅଯୋଗ୍ୟ ହିତାଧିକାରୀ ମୋଟା ଅଙ୍କର ଟଙ୍କା ଦେଇ ଆବାସ ଯୋଜନା ପାଉଛନ୍ତି ବୋଲି ଖାରିଗୁଡା ପଞ୍ଚାୟତର ନଳାଘାଟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି.ଏଠାରେଏକ ଆଶ୍ଚର୍ଯ୍ୟ ର ଘଟଣା ଦେଖିବାକୁ ମିଳିଛି ଯାହାକି ଗୋଟିଏ ଆବାସ ଯୋଜନା ଘରର ଦାଣ୍ଡପଟରେ ଗୋଟିଏ ନାମ ଏବଂ ବାରିପଟରେ ଅନ୍ୟ ଏକ ନାମ ଲେଖାଯାଇଛି ଘର ଅଧାପନ୍ତରିଆ କରି ପୂର୍ବତନ ନାଏବ ସରପଞ୍ଚ ଏବଂ ପି ଇ ଓ ଙ୍କ ମଧୁଚନ୍ଦ୍ରିକାରେ କଣ୍ଟ୍ରାକ୍ଟର କାମ କରୁଥିଲେ. କିଛି ହିତାଧିକାରୀ ଙ୍କ ଦୀର୍ଘ ଦୁଇ, ତିନି ବର୍ଷ ହେବ ପଞ୍ଚାୟତ ଲିଷ୍ଟରେ ନାମ ଲେଖା ଯାଉଛି ପରବର୍ତ୍ତୀ ସମୟରେ ନାମ କାଟିଦିଆଯାଉଛି ଏବଂ ଯେଉଁ ହିତାଧିକାରୀ ଘର ପାଇଛନ୍ତି ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀ ଙ୍କ ନାମ ରହିବା ପରିବର୍ତ୍ତେ ଘର ପାଇଥିବା ବ୍ୟକ୍ତି ଙ୍କ ନାମ ରହୁଛି ଏହା ବଡ଼ ଦୁଃଖ ଓ ପରିତାପର ବିଷୟ. ଏଠିକାର ପିଇଓ ସମ୍ମୁଖ ରାଓ ହିତାଧିକାରୀ ପଞ୍ଚାୟତ କୁ ନିଜର ଦୁଃଖ ଜଣାଇବାକୁ ଗଲେ ଲୋକଙ୍କୁ ଦୁର୍ବ୍ୟବହାର କରିବାସହ ହିତାଧିକାରୀ ଙ୍କ ଆବାସ ଯୋଜନାରୁ ନାମ କାଟିବାକୁ ଚେତାବନୀ ଦେଉଛନ୍ତି ଏବଂ କିଛି ହିତାଧିକାରୀ ମୋହନା ବି ଡି ଓ ଙ୍କୁ ଦେଖାକରିବାକୁ ଯାଇଥିଲେ ପି ଇ ଓ ମହୋଦୟ ବୁଝାସୁଝା କରି ବି ଡି ଓ ଙ୍କୁ ଦେଖା କରାଇଦେଇ ନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି.ନଳାଘାଟ ଗ୍ରାମବାସୀ ଏବେ ମେଳି ବାନ୍ଧିଛନ୍ତି ତୁରନ୍ତ ଅଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେଇ ଗରିବ ପରିବାକୁ ଘର ଯଦି ନ ମିଳେ ତେବେ ଆଗାମୀ ଦିନରେ ସରପଞ୍ଚ ଓ ପିଇଓ ଙ୍କୁ ଅଟକରଖି ରାସ୍ତା ରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମ ବାସୀ.ଅପରପକ୍ଷେ ପି ଇ ଓ ମହୋଦୟ ଏହିସବୁ ଭିତ୍ତିହୀନ ଓ ପ୍ରାୟ ହିତାଧିକାରୀ ଙ୍କ ନାମ ଅପେକ୍ଷାରେ ଅଛି ମିଳିବ ଓ ଅନ୍ୟମାନେ ମୋ ଘର ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି.