ଆବାସ ଯୋଜନା ଘର ନିର୍ମାଣ କରି ଅନୁଦାନ ପାଉ ନାହାନ୍ତି ହିତ ଅଧିକାରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଆବାସ ଯୋଜନାରେ ଘର ନିର୍ମାଣ ଶେଷକରି ହିତାଧିକାରୀ ମାନେ ଅନୁଦାନ ପାଉ ନଥିବାରୁ ଧାର କରଜ କରି ଘର ସମ୍ପୁର୍ଣ୍ଣ କରିଥିବା ହିତାଧିକାରୀ ମାନେ ଏବେ ଲୁଚିବାକୁ ଆରମ୍ଭ କଲେଣି । ଯେଉଁ ଲୋକଙ୍କ ପାଖରୁ ଧାର କରଜ ଆଣିଥିଲେ ସେମାନେ ନିୟମିତ ଆସି ଘର ଆଗରେ ବସୁଥିବାରୁ ସେମାନେ କିପରି ଧାର ସୁଝିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ମାସେ ନୁହଁ କି ଦୁଇମାସ ନୁହଁ ୩ବର୍ଷ ହେଲା ଏପରି ଅସୁବିଧା ଭୋଗି ଆସୁଥିଲେବି ବିଭାଗୀୟ ଅଧିକାରୀ ମାନେ ନିଶରେ ଜଡାତେଲ ମାରି ବ୍ଲକ କାର୍ଯ୍ୟାଳୟରେ ଅୟସ କରୁଛନ୍ତି । ନାଁ ସେମାନଙ୍କ ସମସ୍ୟା ବୁଝୁଛନ୍ତି ନାଁ ।ସମାନଙ୍କ ବାକି ଅନୁଦାନ ଟଙ୍କା ଦେଉଛନ୍ତି ।ବାରମ୍ବାର ବ୍ଲକକୁ ଦୌଡି ଦୌଡି ହିତାଧିକାରୀ ମାନେ ନୟାନ୍ତ ହୋଇଗଲେଣି । ଅଭିଯୋଗରୁ ଜଣାଯାଇଛି ଯେ ସରକାରୀ ତଥ୍ୟ ଅନୁସାରେ ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଗତ ୨୦୧୫/୧୬ ଆର୍ଥିକ ବର୍ଷରେ ୭୫୦ଟି ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା । ସେଥିମଧ୍ୟରୁ ୬୨୩ଟି ଘର ସମ୍ପୁର୍ଣ୍ଣ ହୋଇଥିବାବେଳେ ଆଉ ୧୨୭ଟି ଘର ପୁର୍ଣ୍ଣାଙ୍ଗ ହୋଇନି । କିଛି ହିତାଧିକାରୀ ଆର୍ଥିକ ଅଭାବ ଯୋଗୁଁ ସେ ସମୟରେ ଘରକାମ ସମ୍ପୁର୍ଣ୍ଣ କରିପାରି ନଥିଲେ । ଫଳରେ ଏଜେନସିକୁ ଏହି ଘରକାମ ସମ୍ପୁର୍ଣ୍ଣ କରିବାକୁ ବ୍ଲକ ପକ୍ଷରୁ ଚିଠି କରାଯାଇଥିଲା । ପ୍ରଥମେ ରୁଙ୍ଗଟା ଓ ପରେ ଓଏମସିକୁ ଏହି ଘରଗୁଡିକ ସମ୍ପୁର୍ଣ୍ଣ କରିବାକୁ ନିଦେ୍ର୍ଦଶ ହେଇଥିଲା । କିନ୍ତୁ କୌଣସି ଏଜେନସି ଏହି ଘରକାମ କରିନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ୧୨୭ଟି ଘର ମଧ୍ୟରୁ କିଛି ଲୋକ ଧାର କରଜ କରି ନିଜ ନିଜର ଘରକାମ ସମ୍ପୁର୍ଣ୍ଣ କରିଦେଲେ । ଘରକାମ ସମ୍ପୁର୍ଣ୍ଣ କରିବାପରେ ବ୍ଲକ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ବର୍ଷ ବର୍ଷ ଧରି ତିନିବର୍ଷ ବିତିଯାଇଥିଲେ ମଧ୍ୟ ଘରବାବଦ ଅନୁଦାନ କି ନିଅଁ ଖୋଳିବାପାଇଁ ମନରେଗା ଯୋଜନାରେ ଆସୁଥିବା ଅନୁଦାନ ଏହି ହିତାଧିକାରୀ ମାନେ ପାଇପାରିଲେ ନାହିଁ । ଆତୁରିକେଣା ଗ୍ରାମର ଅହଲ୍ୟା ପଲେଇ ଗତ ତିନିବର୍ଷ ହେଲା ଘରକାମ ସମ୍ପୁର୍ଣ୍ଣ କରିଥିଲେବି ଅନୁଦାନ ରାଶି ୩୦ହଜାର ଓ ନରେଗା ଯୋଜନା ଅନୁଦାନ ୧୬ହଜାର ଏପରି ୪୬ହଜାର ଯଙ୍କା ପାଇପାରି ନାହାନ୍ତି । ମଜୁରୀ ଲାଗିଲେ ଚୁଲି ଜଳୁଥିବା ଏହି ପରିବାର ପାଇଁ ପକ୍କାଘର ସ୍ୱପ୍ନ ଥିବାବେଳେ ସରକାର ଘର ଯୋଗାଇଦେଲେ କିନ୍ତୁ ତାହା ଏବେ ଆମପାଇଁ ଅଭିସାପ ପାଲଯିବାକୁ ବସିଛି । ନିୟମିତ ସାହୁକାର ମାନେ ଆସି ତାଙ୍କ ପଇସା ମାଗୁଥିବାବେଳେ କେଉଁଠୁ ଆଣି ତାଙ୍କ ଧାର ସୁଝିବୁ ଏହା ଆମପାଇଁ କଷ୍ଟକର ହୋଇ ପଡିଛି ବୋଲି ସେ କହିଛନ୍ତି । ସେ ଅନେକଥର ବ୍ଲକକୁ ଓ ପଞ୍ଚାୟତକୁ ଯାଇ ଫେରିଛନ୍ତି । ହେଲେ ତାଙ୍କୁ ଅନୁଦାନ ଯୋଗାଇ ଦିଆଯାଉ ନାହିଁ । ସେହିପରି ଏହି ଗାଁର ତନୁ ପାତ୍ର, ବଙ୍ଗାଳି ପାତ୍ର, ବିଶ୍ୱନାଥ ସାହୁ, ରମ୍ଭା ପାତ୍ର, ଗୀତାଞ୍ଜଳୀ ରାଉତ, ଅହଲ୍ୟା ପଲେଇ ପ୍ରମୁଖ ହିତାଧିକାରୀ ମାନଙ୍କ ସମାନ ଅବସ୍ଥା । ସେମାନଙ୍କ ଘର ସମ୍ପୁର୍ଣ୍ଣ ହେବାପରେ ଅନେକ ଧାଁ ଦଉଡ ପରେ କନିଷ୍ଠଯନ୍ତ୍ରୀ ବିଲ କରିଦେଇଛନ୍ତି । ହେଲେ ଆବାସ ଯୋଜନା ବିଭାଗରେ କାମ କରୁତବବା ଜଣେ କର୍ମଚାରୀ ଏହି ଫାଇଲ ଗୁଡିକ ପକାଇଦେଇ କାଲି ହେବ ପରେ ହେବ ଏପରି କହି ସମୟ ଗଡାଇ ଚାଲିଛନ୍ତି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ପଢ଼ିଆରିପଲ୍ଲୀ ଗ୍ରାମର ରଣଜିତ ରାଉତ ଘର କାମ ସମ୍ପୁର୍ଣ୍ଣ କରିଥିଲେବି ଲକ୍ଷେ ଟଙ୍କା ପାଇଛନ୍ତି । ବଳକା ୩୦ହଜାର ଟଙ୍କା ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି । ପୁର୍ବରୁ ଆଜି ହେବ କାଲି ହେବ କହୁଥିବାବେଳେ ଏବେ ବ୍ଲକକୁ ଯିବା ବେଳକୁ ଫାଇଲ ମିଳୁ ନଥିବା କହୁଛନ୍ତି । ସେହିପରି ମନରେଗା ଯୋଜନାରେ ମିଳିବାକୁ ଥିବା ୧୬ହଜାର ଟଙ୍କାରୁ ୧୧ହଜାର ଟଙ୍କା ପାଇଥିବାବେଳେ ଅବଶିଷ୍ଟ ଅର୍ଥ ଅନ୍ୟ ଏକାଉଣ୍ଟରେ ପକାଇ ଦେଇଥିବାରୁ ସେ ଟଙ୍କାତକ ମିଳିପାରୁନି ବୋଲି ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମର ପଦ୍ମାବତୀ ପଲେଇ ଆବାସ ଯୋଜନାରେ ଘର ପାଇବାପରେ ଘରକାମ ଆରମ୍ଭ କରି ନିମଟାଲ ପର୍ଯ୍ୟନ୍ତ କାମ କରିଛନ୍ତି । ତାଙ୍କୁ ମାତ୍ର ଦୁଇଟି କିସ୍ତିରେ ୫୫ହଜାର ଯଙ୍କା ଦିଆଯାଇଛି । ସରକାରୀ ନିୟମାନୁସାରେ ନିମଟାଲ ପକାଇବାପରେ ତାଭ୍କୁ ଆଉ ୪୫ହଜାର ଟଙ୍କା ଦିଆଗଲେ ସେ ଛାତ ପକାଇବେ । କିନ୍ତୁ ସେ ଆଉ ଟଙ୍କା ପାଉନଥିବାରୁ ଘରର ଛାତ ପକାଇ ପାରୁ ନାହାନ୍ତି । ଏକ ଭଙ୍ଗା ଚାଳିଆଘରେ ରହୁଛନ୍ତି । ଖାଲି ଏହି ୬/୭ଜଣ ନୁହଁନ୍ତି ଏହି ପଞ୍ଚାୟତର ୫୦ରୁ ଉର୍ଦ୍ଧ ବ୍ୟକ୍ତି ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ସେମାନଙ୍କ ଅନୁଦାନ ଟଙ୍କା ଯୋଗାଇ ଦେବାକୁ ହିତାଦôକାରୀ ମାନେ ନିବେଦନ କରିଛନ୍ତି । ନଚେତ ସେମାନେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ