ଆବାସ ଯୋଜନା ରୁ ବଞ୍ଚିତ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ବୃଦ୍ଧା

ଶେରଗଡ଼,(ବିଭୁ ପ୍ରସାଦ ଦାଶ): ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ର ବଡ଼ଦାଣ୍ଡ ସାହିରେ ବସବାସ କରୁଥିବା ବୃଦ୍ଧା ମହିଳା ଗତକିଛି ବର୍ଷ ହେଲା ଚିର ଅବହେଳିତ ହୋଇ ରହିଛନ୍ତି। ତାଙ୍କୁ କିଛି ପୂର୍ବେ ଇନ୍ଦିରା ଆବାସ ଆସିଥିଲା ଯାହାକି ପ୍ରଶାସନ ବ୍ୟବସ୍ଥା ଅପାରଗତା ଯୋଗୁଁ ତାହା ମଧ୍ୟ ସଫଳ ହୋଇପାରିଲା ନାହିଁ |ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଚାଳ ଛପର ଘରେ ନଗଣ୍ୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି।ବୟସ ଅଧିକ ହେବା ଯୋଗୁ ମୂଲ ଲାଗି କାମ କରିବାକୁ ଅକ୍ଷମ ସରକାର ଙ୍କ ଟାଙ୍କିକିୟା ଚାଉଳ ହିଁ ସାହା | ଉକ୍ତ ବୃଦ୍ଧା ଜଣଙ୍କ ହେଲେ ହେମ ମହାନ୍ତି ୭୨ ବର୍ଷ।(ସ୍ୱାମୀ-୰ ନକୁଳ ମହାନ୍ତି), ବିଧବା ସାଙ୍ଗକୁ ନିଃସହାୟ ଜୀବନ  ଦୁଃଖ ଅନାଟନରେ କାଳ କାଟୁଛନ୍ତି । ସେ ରହୁଥିବା ଚାଳ ଘର ହୋଇଥିବା ବେଳେ ଘର ଉପର ଅଂଶ ସଂପୂର୍ଣ୍ଣ ଭାଙ୍ଗି ଯାଇଛି ।ସୂର୍ଯ୍ୟଆଲୋକ ଓ ଚନ୍ଦ୍ରଲୋକ ରେ ତାଙ୍କ ଘରେ ପ୍ରତିଦିନ କେଳି କରୁଛନ୍ତି।ଖାଇବାକୁ ଆ ଘରୁ ତା ଘରୁ ମାଗି ଯାଚି ଚଳୁଛନ୍ତି । ସେ ବର୍ଷା ହେଲେ ପର ଘର ବାରଣ୍ଡାରେ ରହୁଛନ୍ତି ।ହେମ କହନ୍ତି ମୋର ସାହା ବୋଲି କେହି ନାହାନ୍ତି ।ପ୍ରଧାନମନ୍ତ୍ରୀ ଆବାସ ମୋ ପାଇଁ ସାତ ସ୍ଵପ୍ନ ଅଟେ।ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି ହେଉଛି।୨୦ ବର୍ଷ ଧରି ଭରସା ଓ ବିଶ୍ବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଖି ବୁଜି ସମର୍ଥନ ଦେଇ ଆସିଛନ୍ତି ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା କିନ୍ତୁ ଆଜି ପର୍ଯ୍ୟନ୍ତ ମୌଳିକ ଅଧିକାର ଓ ଉନ୍ନତ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଏହା ହିଁ ବିଡମ୍ବନାର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ