ଆବାସ ଯୋଜନା ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ଠାରେ ଗ୍ରାମୀଣ ଆବାସ ଯୋଜନା ବିଭାଗ ପକ୍ଷରୁ ୫ ପଞ୍ଚାୟତର ମଣ୍ଡଳ ସ୍ତରୀୟ ହିତାଧିକାରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ଆୟୋଜିତ ସମ୍ମିଳନୀରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଜିପିଓ ଜମାଦାର ମୁଣ୍ଡା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାମଲ, ସରପଞ୍ଚ ପ୍ରଶାନ୍ତ ଦାସ, ପଧାନପଡ଼ା ସରପଞ୍ଚ ଗଜେନ୍ଦ୍ର ସେଠୀ, ନିଳୋକ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ଭବେନ୍ଦ୍ର ସାହୁ, ସମିତିସଭ୍ୟା ନିଳୀମା ଖଟୁଆ, ସମାଜସେବୀ ପ୍ରଶାନ୍ତ କୁମାର ଖଟୁଆ ଯୋଗ ଦେଇ ୨୦୧୬-୧୭ ଆର୍ଥିକ ବର୍ଷରୁ ଗ୍ରାମୀଣ ଆବାସ ଯୋଜନାରେ ସହାୟତା ରାଶି ନେଇ ଗୃହ କାର୍ଯ୍ୟ ଶେଷ କରିନଥିବା ହିତାଧିକାରୀମାନେ କିପରି ନିର୍ମାଣ କାର୍ଯ୍ୟ ଶେଷ କରିବେ ସେନେଇ ପରାମର୍ଶ ଦେଇଥିଲେ । ବ୍ଲକ ସଂଯୋଜକ ରଞ୍ଜନ କୁମାର ସ୍ୱାଇଁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିପିଏ ବିଶ୍ୱନାଥ ଜେନା, ପିଇଓ ପ୍ରପୁଲ୍ଲ ପଣ୍ଡା, ଗଣେଶ ଚନ୍ଦ୍ର ନାୟକ, ଅଲେଖ ଚନ୍ଦ୍ର ମଲ୍ଲିକ, ଦେବେନ୍ଦ୍ର ଦଳେଇ, ଗ୍ରାମ ରୋଜଗାର ସେବକ ଓ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପଧାନପଡ଼ା, ନିଳୋକ, ସେଣ୍ଢତୀରା, ଗୋବିନ୍ଦପୁର ଓ କେନ୍ଦୁଆପଦା ପଞ୍ଚାୟତର ୨୫୦ ଜଣ ହିତାଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ