ଆବୁଧାବି ରୁ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଆ ମହାମଞ୍ଚ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାଉଦି ଆରବର ଆବୁଧାବି ସହରରେ ଫସିଥିବା ଓଡ଼ିଆ ଯୁବକକୁ ଓଡି଼ଶା ମୋ ପରିବାର ଓ ଓଡ଼ିଆ ମହାମଞ୍ଚ ଦ୍ଵାରା ଉଦ୍ଧାର କରାଯାଇଛି l ବରୀ ଅଞ୍ଚଳର ଅଲିହାବାଦ ଗ୍ରାମ ର ଉମାକାନ୍ତ ଦାସ ନାମକ ଯୁବକ ଆବୁଧାବି ର ଏକ କମ୍ପାନୀ ରୁ ଚାକିରୀ ହରାଇ ଥିବାବେଳେ ଦୀର୍ଘ ଦିନ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଭୋକ ବିକଳ ରେ ପଡ଼ି ଥିବା ତଥା ଓଡିଶା ଫେରିବା ପାଇଁ ସମସ୍ତ୍ ରାସ୍ତା ବନ୍ଦ ହୋଇ ଯାଇ ଥିବାବେଳେ ବିଶେଷ ସୂତ୍ରରୁ ଓଡ଼ିଆ ମହାମଞ୍ଚ ଖବର ପାଇ ଓଡି଼ଶା ମୋ ପରିବାର ସହ ଆଲୋଚନା କରିଥିଲେ l ଓଡି଼ଶା ମୋ ପରିବାର ଓ ଓଡ଼ିଆ ମହା ମଞ୍ଚ ଦୀର୍ଘ ଦୁଇ ମାସ କାଳ ପରିଶ୍ରମ କରି ଭାରତୀୟ ଦୂତାବାସ ସହ ଦିଲ୍ଲୀରେ ଅବସ୍ଥାପିତ ଆବାସିକ ଶ୍ରୀ ରବି କାନ୍ତ ସମ୍ପର୍କ ସ୍ଥାପନ କରି ଆବୁଧାବି ରେ ଉମାକାନ୍ତ ଦାସ ଙ୍କୁ ଠାବ କରିଥିଲେ l ତାଙ୍କର୍ ଫେରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ
ଆଜି ଉମାକାନ୍ତ ଦାସ ଭୁବନେଶ୍ବରରେ ରେ ପହଞ୍ଚିବା ପରେ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଓ ମନୋଜ ନାୟକ ଙ୍କ ସମେତ ବରୀର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଶ୍ରୀଯୁକ୍ତ ଦାସଙ୍କୁ ସ୍ଵାଗତ କରି ତାଙ୍କ ପରିବାର ଙ୍କୁ ହସ୍ତାନ୍ତର କରିଥିଲେ l ଏହି ମହାନୀୟତା ପାଇଁ ଶ୍ରୀ ଦାସଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l ଓଡ଼ିଆ ମହାମଞ୍ଚ ଓ ଓଡ଼ିଶା ମୋ ପରିବାର କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଦୀର୍ଘ ଦୁଇ ମାସ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଶ୍ରୀ ଦାସ ନିଜ ଘରେ ପହଞ୍ଚି ପାରିଥିବାରୁ ବରୀ ବାସୀଙ୍କ ତରଫରୁ ବିଧାୟିକା ସୁନନ୍ଦା ଦାସ ଓଡ଼ିଆ ମହାମଞ୍ଚ କୁ ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରିଛନ୍ତି l