ଆବୁ ଯନ୍ତ୍ରଣା ଭୋଗୁଛନ୍ତି କେଦାର ଓ ଦିଲ୍ଲୀପ, ଚିକିତ୍ସା ସହାୟତା ଦାବି
ଚିଲିକା (ଯୁଗାବ୍ଦ ନ୍ୟୁଜ): ଗୋଟିଏ ନୁହେଁ କି ଦୁଇଟି ସାରା ଶରୀରରେ ଛୋଟବଡ଼ ଆବୁ ସଂଖ୍ୟାଧିକ ମାଡ଼ିଯାଇଛି । ଏହି ଅସ୍ୱାଭାବିକ ଶାରୀରିକ ସମସ୍ୟାରେ ଜର୍ଜରିତ ୨ଜଣ ଆର୍ଥିକ ଅନଗ୍ରସର ଯୁବକ । ଜଣେ ହେଲେ ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଗୋରଡ଼ାଝରୀ ଗାଁର ସ୍ୱର୍ଗତ କୃଷ୍ଣଚନ୍ଦ୍ର ନାୟକଙ୍କ ପୁଅ କେଦାର ନାୟକ (୩୫) ଓ ଅନ୍ୟଜଣେ ଚିଲିକା ବ୍ଲକ ହରିପୁର ପଞ୍ଚାୟତର ନୂଆପାଟଣା ପରବଳ ଗାଁର କୃଷ୍ଣଚନ୍ଦ୍ର ରଣସିଂହଙ୍କ ପୁଅ ଦିଲ୍ଲିପ ରଣସିଂହ (୩୫) । ଦିଲ୍ଳିପଙ୍କ ମାଆଙ୍କର ଏହିଭଳି ଆବୁ ସଂଖ୍ୟାଧିକ ରହିଥିଲା । ତେଣୁ ଏହା ବଂଶାନୁକ୍ରମିକ ହୋଇଥିବ ବୋଲି ଦିଲ୍ଲୀପ କୁହନ୍ତି । ଦିଲ୍ଳୀପ ଏହି ଶାରୀରିକ କଷ୍ଟରୁ ଉପଶମ ପାଇଁ ବହୁ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଚିକିତ୍ସା ହେବାରୁ ବଞ୍ôଚତ ରହିଛନ୍ତି । ଏଯାଏଁ ତାଙ୍କୁ କୌଣସି ପ୍ରକାର ଆର୍ôଥକ ସହାୟତା ମିଳିପାରିନାହିଁ । ମୂଲ ଲାଗିଲେ ତାଙ୍କ ପରିବାର ଚଳେ । ସେହିପରି କେଦାର ନାୟକ ମଧ୍ୟ ଅର୍ଥାଭାବରୁ ଆବୁର ଚିକିତ୍ସା କରିପାରୁ ନ ଥିବା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଜଙ୍ଗଲରେ କାଠ କାଟିଲେ ବଞ୍ôଚବାର ରାହା ଖୋଜନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଅଧିନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଗରିବଙ୍କ ଚିକିତ୍ସା ପାଇଁ ବିଭିନ୍ନ ଯୋଜନା କରୁଛି । ଏହି ଆବୁ ସମସ୍ୟାରେ ଜର୍ଜରିତ ଉକ୍ତ ୨ ଗରିବ ଯୁବକଙ୍କୁ ସରକାରୀ ସ୍ତରରେ ଚିକିତ୍ସା ସହାୟତା ଯୋଗାଇ ଦେଲେ ସେମାନେ ନବଜୀବନ ପାଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।


