“ଆଭେଞ୍ଜର୍ ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରିୟଙ୍କା
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ ଜରିଆରେ ବଲିଉଡକୁ କମବ୍ୟାକ୍ କରିଛନ୍ତି । ଫିଲ୍ମଟି ଗତ ଶୁକ୍ରବାକ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା । ତେବେ ଏହି ଫିଲ୍ମ ପରେ ପ୍ରିୟଙ୍କା ପୁଣି ଥରେ ଏକ ବଡ଼ ହଲିଉଡ୍ ପ୍ରୋଜେକ୍ଟରେ କାମ କରିବେ ବୋଲି ଜଣାପଡ଼ିଛି । ସୂଚନା ଅନୂଯାୟୀ, ସେ ରେକଡ୍ର୍ ବ୍ରେକର୍ ଫିଲ୍ମ “ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସା ବ୍ରଦର୍ସ (ଆନ୍ଥୋନି ରୁସୋ ଓ ଜୋ ରୁସୋ)ଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହା କୌଣସି ଶୁଣା କଥା କି ଗୁଜବ ନୁହେଁ । ନିଜେ ପ୍ରିୟଙ୍କା ଏକ ସାକ୍ଷାତକାରରେ ଏ କଥା କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ରୁସୋ ବ୍ରଦର୍ସଙ୍କ ସହ ଏକ ପ୍ରାଜେକ୍ଟକୁ ନେଇ କଥାବାର୍ତ୍ତା ଚାଲିଛି । ସୂଚନା ଅନୁଯାୟୀ, ଏହି ଫିଲ୍ମଟି ଏକ ଆକ୍ସନ ଥ୍ରୀଲର୍ ହେବ ।
“ଆଭେଞ୍ଜର୍: ଏଣ୍ଡଗେମ୍’ର ପ୍ରମୋସନ୍ ପାଇଁ ରୁସୋ ବ୍ରଦର୍ସ ଭାରତ ଆସିଥିବା ବେଳେ ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରିୟଙ୍କା ଏବେ ଗ୍ଲୋବାଲ୍ ଷ୍ଟାର ହୋଇଗଲେଣି । ସେମାନେ ତାଙ୍କ ସହ ହଲିଉଡ୍ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ବୋଲି ବି କହିଥିଲେ ।
ସୂଚନାଯୋଗ୍ୟ, ପ୍ରିୟଙ୍କା ଏବେ ଆମେରିକାରେ ତାଙ୍କ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିସହିତ ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମକୁ ଆମେରିକୀୟ ଶୋ’ରେ ପ୍ରମୋସନ୍ କରାଯାଉଛି ।


