ଆମପାଣି ଘାଟିରେ କାର କୁ ପିଟିଲା ଟ୍ରକ ୬ ଗୁରୁତର।
କଳ।ହାଣ୍ଡି, (ଯୁଗାଦ୍ଦ ନ୍ୟୁଜ) କଳାହାଣ୍ଡି ନବରଙ୍ଗପୁର ସିମାନ୍ତ ଆମପାଣି ଘାଟିରେ ଆଜି ଦିନ ୧୧ ସମୟରେ କାର ସହିତ ଟ୍ରକ ମୁହାମୁହିଁ ଧକ୍କା ଫଳରେ ୨ ଶିଶୁ ସମେତ ୪ ଜଣ ଗୁରୁତର ଥିବାବେଳେ ତନମଧ୍ୟରୁ ଜଣକ ଅବସ୍ଥା ସଂକଟାପନ୍ନ ରହି। କୋଟପାଡରୁ ଭବାନୀପାଟଣା ଆସୁଥିବା ଦୁର୍ଗା ପ୍ରସାଦ ମଣ୍ଡଳ ଙ୍କ ପରିବାର ଦୁଇଜଣ ମହିଲା ଓ ଦୁଇଜଣ ଶିଶୁ ଓ ଡ୍ରାଇଭର ଏକ ଅଳଟୋ କାର ରେ ଆସୁଥିବା ବେଳେ ବିପରିତ ଦିଗରୁ ଏକ ଟ୍ରକ ଧକ୍କା ଦେଇଥିଲା,ସମସ୍ତେ କାର ରୁ ଛିଟିକି ରାସ୍ତା ଉପରେ ଲହୁଳୁହାଣ ହୋଇ ପଡିରହିଥିବା ବେଳେ ରାଉରକେଲା ଯାଉଥିବା ଏକ ଦମ୍ପତ୍ତି ଅତି ଗୁରୁତର ଥିବା ତିନି ଜଣଙ୍କୁ କୋକସରା ଡାକ୍ତରଖାନା ପହଞ୍ଚାଇଥିବା ବେଳେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି।ତେବେ ଗୁରୁତର ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ତାନାନ୍ତରିତ କରାଯାଇଛି। ଘଟଣାସ୍ଥଲରେ ଆମପାଣି ପୋଲିସ ପହଞ୍ଚି ନଥିବା ଜଣାପଡିଛି ।