ଆମରଣ ଅନଶନ ସ୍ଥଳରୁ ଆନ୍ଦୋଳନକାରୀ ଙ୍କୁ ଉଠାଇନେଲା ଛତ୍ରପୁର ପୁଲିସ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ଫାଟକ ନିକଟରେ ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି । ତେଵେ ଏହି ଅନଶନରେ ପୁଲିସ ଅନଶନ କାରୀ ଙ୍କ ଦେହ ଅସୁସ୍ଥ ଦେଖାଇ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସାନିମନ୍ତେ ବି. କୈଳାଶ ଓ ଭୀମ ବେହେରା ଙ୍କୁ ଭର୍ତି କରିଥିଲେ | ଉକ୍ତ ଅନଶନ ସ୍ଥଳରେ ପ୍ରଶାସନ ପକ୍ଷରୁ ବାଲି ଜମା କରାଯାଇଥିଲା | ଅନ୍ୟମାନଙ୍କୁ ପୁଲିସ ହଟିବା ପାଇଁ କହିଥିଲା | ସେମାନେ ସେଠାରୁ ନ ହଟିବାରୁ ସେଠାରେ ଥିବା ଆନ୍ଦୋଳନକାରୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ଉପସ୍ଥିତରେ ପୁଲିସ ଉଠାଇ ଛତ୍ରପୁର ଥାନାକୁ ନେଇଯାଇଥିଲା | ତେଵେ ଆନ୍ଦୋଳନକାରୀ ମାନେ ଏହାକୁ ତୀବ୍ର ବିରୋଧ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବିରୋଧରେ ନାରାବାଜି ଦେଇଥିଲେ | ଏପରିକି ନ୍ୟାୟ ପାଇଁ ସେମାନେ ହାଇକୋର୍ଟର ଆଶ୍ରୟ ନେବେ ବୋଲି ଭାରତୀୟ ବିକାଶ ପରିଷଦରରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି | ପରେ ୬ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ୪୧ଆଇପିସି ଧାରାରେ ଥାନାରୁ ଜାମିନ ଦେଇଥିଲେ l ଏହାପରେ ମଧ୍ୟ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଆଉ କିଛି ସଦସ୍ୟ ପୁଣି ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଅନଶନରେ ବସିରହିଲେ l ବର୍ତମାନ ଉକ୍ତ ସ୍ଥଳରେ ପୁଲିସ ଜଗିରହିଛି | ପୁଲିସ ପକ୍ଷରୁ ଏସଡିପିଓ ଗୌରହରି ସାହୁ ଓ ଛତ୍ରପୁର ଥାନା ନିରୋଧ କୁମାର ଦାଶ କହିବାନୁସାରେ ଆନ୍ଦୋଳନକାରୀଙ୍କୁ ବୁଝାଇବା ସତ୍ତ୍ୱେ ସେମାନେ ଜିଦରେ ଅଟ୍ଟଳ ରହିଛନ୍ତି l ଅନ୍ୟପକ୍ଷେରେ ଅନଶନକାରୀଙ୍କ ପକ୍ଷରୁ କୁହାଯାଇଛି ଦୀର୍ଘ ବର୍ଷ ହେଲା ଆର୍ଯ୍ୟପଲ୍ଳୀ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ, ବଡ଼ ଆର୍ଯ୍ୟପଲ୍ଲୀ, କେ.ଆର୍ଯ୍ୟପଲ୍ଲୀ ଓ କତୁରୁ ଗାଁ ର ପ୍ରାୟ ୧୮୦୦ ପରିବାରର ଜମି ପଟ୍ଟା ପାଇଁ ନାହାନ୍ତି | ଏନେଇ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ଜମି ପଟା ପାଇଁ ବହୁବାର ଛତ୍ରପୁର ତହସିଲଦାର,ଜିଲା ପ୍ରଶାସନ କୁହାଯାଇଥିଲେ ବି କେହି ସେମାନଙ୍କ ଗୁହାରି ଶୁଣୁନାହାନ୍ତି | ପଟ୍ଟା ଦାବିନେଇ ଭାରତୀୟ ବିକାଶ ପରିଷଦ ଓ ଆର୍ଯ୍ୟପଲ୍ଲୀ ପଂଚାୟତବାସୀ ଙ୍କ ପକ୍ଷରୁ ବହୁବାର ତହସିଲଦାର ଓ ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ପ୍ରତିବାଦ ଓ ଘେରାଉ କରାଯାଇଥିଲା। ଏହାସତ୍ତ୍ୱେ ଏହାର ସମାଧାନ ନ ହେବାରୁ ଅଗଷ୍ଟ ୧୧ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନରାତି ଆମରଣ ଅନଶନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ