ଆମର ସେହି ସରକାର ଦରକାର
ନିର୍ବାଚନ ହେଉଛି ଏକ ସର୍ବଶ୍ରେଷ୍ଠ ମାଧ୍ୟମ ଯେଉଁଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଶର ସାଧାରଣ ଜନତା ନିଜର ମତାଧିକାର ସାବ୍ୟସ୍ତ କରିଥାଏ । ନିର୍ବାଚନ କାରଣରୁ ସାଧାରଣ ଜନତାଙ୍କୁ ମତଦାନ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାର ଅବସର ମିଳିଥାଏ । ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେବା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବା ସହିତ ରାଜ୍ୟ ତଥା ଦେଶର ଭବିଷ୍ୟତ ଆଶାତୀତ ଭାବରେ ଉଜ୍ଜ୍ୱଳ ହୋଇପାରିଥାଏ । ସେଥିପାଇଁ ଆମ ପରିବାର ଓ ଆତ୍ମୀୟ ସ୍ୱଜନ ସମସ୍ତେ ଯେପରି ନିର୍ବାଚନରେ ମତଦାନ କରନ୍ତି ସେଥିପ୍ରତି ଯତ୍ନବାନ ହେବା ଆମର ରାଷ୍ଟ୍ରୀୟ କର୍ତବ୍ୟ । ତେଣୁ ଆମେ ସମସ୍ତେ ଜଣେ ଜଣେ ଯୋଗ୍ୟ ଉତ୍ସାହୀ ଦେଶପ୍ରେମୀ ନାଗରିକ ଭାବରେ ରାଷ୍ଟ୍ରହିତ ପାଇଁ ନିଜର ସୁଚିନ୍ତିତ ମତଦାନ କରିବା ସହିତ ରାଷ୍ଟ୍ରପ୍ରେମୀ ସରକାର ଗଠନରେ ଭାଗୀଦାର ହୋଇ ନିଜ ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ମଜବୁତ କରିବାରେ ସକ୍ଷମ ହେବା । ଆଜି ଦେଶର ସୁରକ୍ଷାକୁ ଆତଙ୍କବାଦୀ, ମାଓବାଦୀ ତଥା ସମାଜ ବିଘଟନକାରୀ ଶକ୍ତିମାନେ ଘେରି ଦୁର୍ବଳ କରିବାରେ ଲାଗିଛନ୍ତି । ସରକାରଙ୍କ ନିଷ୍କ୍ରିୟତା କାରଣରୁ ଗତ ଉପା ସରକାରର ୧୦ ବର୍ଷ ଶାସନକାଳ ମଧ୍ୟରେ ଚୀନ୍ ୧୩ଥର ଭାରତୀୟ ସୀମା ଉଲଂଘନ କରିବା ସହିତ ଅରୁଣାଂଚଳ ପ୍ରଦେଶକୁ ତାର ମାନଚିତ୍ରରେ ଦର୍ଶାଇଛି । ସେହି ସମୟରେ ପାକିସ୍ଥାନ ପ୍ରେରିତ ଉଗ୍ରପନ୍ଥୀ ମାନଙ୍କ ଦ୍ୱାରା ଧର୍ମସ୍ଥଳୀ ତଥା ଦେଶର ପ୍ରମୁଖ ସ୍ଥାନରେ ବୋମା ବିସ୍ଫୋରଣ ସହିତ ଭାରତ ଓ ପାକିସ୍ଥାନ ସୀମାରେ ୫ ଜଣ ଭାରତୀୟ ସୈ÷ନ୍ୟଙ୍କ ମୁଣ୍ଡକାଟ ଘଟଣା କେନ୍ଦ୍ର ସରକାରଙ୍କ ଦୁର୍ବଳ ସୀମା ସୁରକ୍ଷା ଓ ବୈ÷ଦେଶିକ ନୀତିକୁ ଇଙ୍ଗିତ କରିଥିଲା । ଉପା ସରକାରର ସେହି ୧୦ ବର୍ଷ ମଧ୍ୟରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ସାରା ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଚେର ବହୁ ଦୂରୁକୁ ଲମ୍ବି ଯାଇଥିଲା । ଟୁଜି ଷ୍ପେକ୍ଟ୍ରମ ଦୂର୍ନୀତି, ରାଜ୍ୟଗୋଷ୍ଠି କ୍ରୀଡା ଦୂର୍ନୀତି, ଆଦର୍ଶ ସୋସାଇଟି ଦୁର୍ନୀତି, ବେନିୟମ ହେଲିକାପ୍ଟର କିଣା ଦୁର୍ନୀତି ଓ କୋଇଲା ଦୁର୍ନୀତି ଭଳି ଲକ୍ଷ ଲକ୍ଷ କୋଟି ଟଙ୍କାର ଅନେକ ଦୁର୍ନୀତି ସରକାରଙ୍କ ମୁଖା ଖୋଲିଦେଇଥିଲା । ଦେଶରେ ସାଧୁସନ୍ଥମାନଙ୍କୁ ଘୋର ଅପମାନିତ କରାଯାଇଥିଲା । କୌଣସି ସତ୍ୟ ପ୍ରମାଣ ନଥାଇ ମିଥ୍ୟା ଆରୋପ ଲଗାଇ ହିନ୍ଦୁ ସମାଜକୁ ନିନ୍ଦିତ କରିବା ପାଇଁ ଦେଶର କୋଟି କୋଟି ହିନ୍ଦୁ ହୃଦୟର ମଉଡମଣି ପୂଜ୍ୟ ସାଧୁ ସନ୍ଥଗଣଙ୍କୁ ଲାଞ୍ଛିତ ଏବଂ ଅପମାନିତ କରାଯାଇ ଜେଲରେ ଭର୍ତି କରାଯାଇଥିଲା । କାଂଚି କାମକୋଟି ପୀଠର ପୂଜ୍ୟ ଜଗତଗୁରୁ ସଙ୍କରାଚାର୍ଯ୍ୟ ଓ ଯୋଗଗୁରୁ ବାବା ରାମଦେବ ଆଦିି ସାଧୁ ସନ୍ଥଙ୍କ ବିରୋଧି କାର୍ଯ୍ୟାନୁଷ୍ଠାନ ଏହାର ଜ୍ୱଳନ୍ତ ଉଦାହରଣ ଥିଲା । ବୈଦେଶିକ ଧର୍ମାବଲମ୍ବୀ ପ୍ରେରିତ ହତ୍ୟାକାରୀଙ୍କ ଦ୍ୱାରା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ଆଉ •ରିଜଣଙ୍କୁ ଯେଭଳି ନିର୍ମମ ଭାବରେ ହତ୍ୟା କରାଗଲା ତାହା ଆଜି ମଧ୍ୟ ରହସ୍ୟାବୃତ । ଭାରତରେ ପ୍ରାୟ ୬ କୋଟିରୁ ଉଦ୍ଧ୍ୱର୍ ବଙ୍ଗଳାଦେଶୀ ଏବଂ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀ ବସବାସ କରି ଦେଶ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଚାଲିଛନ୍ତି । ସେମାନଙ୍କୁ ନେଇ ଦେଶ ଭିତରେ ତୁଷ୍ଟିକରଣ ରାଜନୀତି ମାଧ୍ୟମରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରାଯାଇଛି । ସିକ୍ୟୁଲାରବାଦ ନାମରେ ସାମ୍ପ୍ରଦାୟିକତା ତଥା ମୁସଲମାନ ତୁଷ୍ଟିକରଣକୁ ଅଗ୍ରାଧିକାର ଦିଆଯାଇଛି । କେବେ ସଚ୍ଚାର କମିଟିର ରିପୋର୍ଟ ଆଧାରରେ ତ କେବେ ସଂଖ୍ୟାଲଘୁ ମାନଙ୍କ ଉପରୁ ଦଙ୍ଗା ଜନିତ କେଶ୍ ଉଠାଇ ଦେବା ପାଇଁ ସରକାରୀ ମନ୍ତ୍ରୀଙ୍କ •ପ ପଡିଛି । ଆମ ରାଜ୍ୟରେ କୌଣସି ସ୍ପଷ୍ଟ ଉଦ୍ୟୋଗ ନୀତି ନଥିବାରୁ ଅନେକ ସରକାରୀ ପ୍ରୋତ୍ସାହନ ସତ୍ୱେ ଅଧିକାଂଶ ଲଘୁ ଓ ଗ୍ରାମୀଣ ଉଦ୍ୟୋଗ ବନ୍ଦ ହୋଇଯାଉଛି । ଓଡିଶାରେ ଅନେକ ବୃହତ୍ ଶିଳ୍ପ ପାଇଁ ସରକାର ଚୁକ୍ତି କରିଥିବା ବେଳେ ଏଥିରୁ ଅର୍ଦ୍ଧାଧିକ ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ବୃଦ୍ଧି ପାଇଛି ଏବଂ ପ୍ରାୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ଓଡିଆ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । କୃଷି ପ୍ରଧାନ ରାଜ୍ୟରେ କୃଷକ ମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କୃଷିନୀତି ଲାଗୁ ନ ହେବା ଏବଂ ସେମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଅଭାବରୁ ‘କୃଷକ ଅତ୍ମହତ୍ୟା’ ବଢିଚାଲିଛି । ରାଜ୍ୟ ସରକାର •ଷୀର •ଷ ଜମିକୁ ପ୍ରାଥମିକତା ଆଧାରରେ ପାଣି ନଦେଇ କଳକାରଖାନାକୁ ପାଣି ଦେବାରୁ •ଷୀ ଆଜି ହତାସ ହୋଇପଡିଛି । ରାଜ୍ୟ ଶାସନ ବ୍ୟବସ୍ଥାରେ ସବୁଠି ଭ୍ରଷ୍ଟାଚାର ଖେଳିଯାଇଛି । ରାଜନୈତିକ ବ୍ୟବସ୍ଥାର ଉଚ୍ଚ ପାହ୍ୟା ପର୍ଯ୍ୟନ୍ତ ଏହି ଦୁର୍ନୀତି ପହଂଚି ସାରିଛି । ଓଡିଶାରେ ଖଣି ଦୁର୍ନୀତି, ଡାଲି ଦିର୍ନୀତି, ଶିଶୁ ଖାଦ୍ୟ ଦୁର୍ନୀତି, ଚିଟ୍ଫଣ୍ଡ ଦିର୍ନୀତି, ଫାଇଲିନ୍ର ରିଲିଫ୍ ସାମଗ୍ରୀ ଦୁର୍ନୀତି ପ୍ରଭୃତି ଆମର ନିର୍ମଳ ଶାସନର ନମୁନା ହୋଇଛି । ଓଡିଶାବାସୀଙ୍କ ସ୍ୱାଭିମାନ ରକ୍ଷା ନିମିତ ରାଜ୍ୟ ସରକାର ଆଜି ମଧ୍ୟ ଓଡିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳିତ କରିପାରିନାହାନ୍ତି । ଆଜି ରାଜ୍ୟରେ ମାତୃଜାତିକୁ ଅସମ୍ମାନ କରିବା ସହିତ ଗଣଦୁଷ୍କର୍ମ ଘଟଣା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପିପିଲିର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାଭଳି ଅନେକ ଘଟଣା ତାହାର ଜ୍ୱଳନ୍ତ ଉଦାହରରଣ । ନିଜର ନ୍ୟାଯ୍ୟ ଦାବୀ ନେଇ ଲଢ଼ୁଥିବା ଶିକ୍ଷକ ସମାଜ ଉପରେ ଭୁବନେଶ୍ୱରର ରାଜରାସ୍ତାରେ ହୋଇଥିବା ପୋଲିସ୍ର ବର୍ବରୋଚିତ ଆକ୍ରମଣ ଆମ ପଙ୍ଗୁ ଶାସନ ବ୍ୟବସ୍ଥାର ନମୂନା । ତେବେ ଆସନ୍ତୁ ରାଜ୍ୟ ତଥା ଦେଶରେ କେଉଁ ଦଳ ସରକାର ଗଢ଼ି ଶାସନ କରିବେ ତାହା ନିଜେ ଜାଗିବା ସହିତ ଅନ୍ୟମାନଙ୍କୁ ଜଗାଇବା । ଏଥର ନିର୍ବାଚନରେ ଆମକୁ ଏକ ସଶକ୍ତ, ନିଷ୍ଠାପର, ଚରିତ୍ରବାନ, କୁଶଳ ନେତୃତ୍ୱ ଓ ସମଗ୍ର ରାଷ୍ଟ୍ରୀୟ ଚିନ୍ତା ସମ୍ପନ୍ନ ଉତରଦାୟୀ ସରକାରକୁ ନିର୍ବାଚିତ କରିବାକୁ ହେବ । ଏଥିପାଇଁ ଆମେ ଦେଶରେ ସେହି ଦଳର ସରକାର ଦରକାର ଯେଉଁ ଦଳ ଭାରତୀୟ ସଂସ୍କୃତି, ଧର୍ମ ଓ ପରମ୍ପରା ପ୍ରତି ସମ୍ମାନ ରଖୁଥିବ; ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରିପାରୁଥିବ; ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ରାଷ୍ଟ୍ର ବିରୋଧି ଗତିବିଧିକୁ ସଠିକ୍ ଜବାବ ଦେଇପାରୁଥିବ; ଦେଶକୁ ଜାତିବାଦ, ସମ୍ପ୍ରଦାୟବାଦ, ଆଂଚଳିକତାବାଦ ତଥା ଭ୍ରଷ୍ଟାଚାରରୁ ମୁକ୍ତି ଦେଇପାରୁଥିବ; ଧର୍ମାନ୍ତୀକରଣ ଓ ଗୋହତ୍ୟା ନିରୋଧ ଆଇନକୁ ସମର୍ଥନ କରୁଥିବ; ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ନେସନାଲ ରେଜିଷ୍ଟର ଅଫ୍ ସିଟିଜେନ୍) ମାଧ୍ୟମରେ ବଙ୍ଗଳାଦେଶୀ ଓ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ବିତାଡିତ କରିପାରୁଥିବ; ସମାନ ନାଗରିକ ସଂହିତା (କମନ ସିଭିଲ କୋଡ୍) ପ୍ରଣୟନ, କାଶ୍ମୀର ପାଇଁ ଉଦ୍ଧିଷ୍ଟ ୩୭୦ ଓ ୩୫(କ) ଧାରା ଉଚ୍ଛେଦତଥା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଥିବ; ଦେଶର ୧୩୦ କୋଟି ଜନତାଙ୍କୁ ଏକ ସମାଜର ଦୃଷ୍ଟିରେ ଦେଖୁଥିବ । ସେହିପରି ଆମକୁ ରାଜ୍ୟର ଶାସନଭାରକୁ ଏମିତି ଏକ ଦଳର ସରକାର ହାତରେ ଟେକି ଦେବାକୁ ହେବ ଯିଏ ଦୁର୍ନିତୀ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ଯୋଗାଇଦେବ; ପିସି କାରବାରରେ ଲିପ୍ତ ନ ହୋଇ ଏକ ଶୋଷଣ ମୁକ୍ତ ସରକାର ହୋଇପାରିବ; ସୁଶାସନ ଓ ବିକାଶର ଧାରା ସୃଷ୍ଟି କରିପାରିବ; ଯୁବକଙ୍କୁ ରୋଜଗାର ଦେଇପାରିବ; କୃଷକ ଓ ଶ୍ରମିକଙ୍କ ଜୀବନରେ ସୁଖସମୃଦ୍ଧି ଆଣିପାରିବ; ଆମର ମା-ଭଉଣୀମାନଙ୍କ ମର୍ଯ୍ୟଦାକୁ ସୁରକ୍ଷିତ ରଖିପାରିବ; ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା ସମସ୍ତଙ୍କ ପାଇଁ ସୁଲଭ ହେବ; ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଧରି ଦଣ୍ଡ ଦେବାର ସାମର୍ଥ୍ୟ ରଖୁଥିବ । ତେବେ ଆସନ୍ତୁ ଜଣେ ଯୋଗ୍ୟ ନାଗରିକ ଭାବରେ ମତଦାନ ନିଶ୍ଚୟ କରିବା ଓ ନିଜେ ରହୁଥିବା ଅଂଚଳରେ ଶତ ପ୍ରତିଶତ (୧୦୦%) ମତଦାନ କରାଇବା । ନିଜ ବୁଥର ମତଦାତା ସୂଚୀ (ଭୋଟର ଲିଷ୍ଟ) ଦେଖି ଆବଶ୍ୟକ ତୃଟି ସଂଶୋଧନ କରାବା । ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବା ଓ ଅନ୍ୟମାନଙ୍କୁ ଡାକି ମତଦାନ କରାଇବା । ନିଜର ବହୁମୂଲ୍ୟ ଭୋଟକୁ ନୋଟା (ଘଙଞଇ)ରେ ଦେବା ନାହିଁ । ଆପଣଙ୍କ ଏଭଳି ଛୋଟ ଛୋଟ ପଦକ୍ଷେପ ଗଣତନ୍ତ୍ରକୁ ମଜବୁତ କରିବା ସହିତ ଏକ ସ୍ଥାୟୀ ପୂର୍ଣ୍ଣବହୁମତଯୁକ୍ତ, ଭ୍ରଷ୍ଟାଚାରମୁକ୍ତ ଓ ବିକାଶ ପାଇଁ ସଂକଳ୍ପିତ ଏକ ଦେଶଭକ୍ତ ସରକାର ନିର୍ମାଣରେ ସହାୟକ ହେବ । ଆସନ୍ତା ସାଧାରଣ ନିର୍ବାଚନରେ ଆମେ ସମସ୍ତେ ମିଶି ଭାବିଚିନ୍ତି ନିଜର ବହୁମୂଲ୍ୟ ଭୋଟଦେଇ ଏଭଳି ରାଷ୍ଟ୍ରବାଦୀ ସଂସ୍କୃତି ପ୍ରେମୀ ପ୍ରତିନିଧି ମାନଙ୍କୁ ନିର୍ବାଚିତ କରି ଆମ ରାଜ୍ୟ ତଥା ଦେଶର ଭବିଷ୍ୟତ ଅର୍ପଣ କରିବା, ଯେଉଁମାନେ ଏକ ସମର୍ଥ, ସଶକ୍ତ, ସମରସତା ଯୁକ୍ତ, ସ୍ୱାଭିମାନୀ, ବିକାଶଶୀଳ ଓ ପରମ ବୈଭବଶାଳୀ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେବା ସହିତ ବିଶ୍ୱଦରବାରରେ ଭାରତମାତାର ପ୍ରତିଷ୍ଠା କରାଇପାରିବେ ।
ଡକ୍ଟର ଧୀରେନ୍ଦ୍ର ନନ୍ଦ
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱଦେଶୀ ଜାଗରଣ ମଂଚ, ଓଡିଶା
ଖୋର୍ଦ୍ଧା – ୭୫୨୦୫୭ (ଓଡିଶା), ଚଳଭାଷ – ୯୪୩୭୦୦୬୭୨୫, ର-ଜ୍ଞବସକ୍ଷ – ୟକ୍ସ.ୟଷସକ୍ସରଦ୍ଭୟକ୍ସବ.ଦ୍ଭବଦ୍ଭୟବଅଶଜ୍ଞବସକ୍ଷ.ମକ୍ଟଜ୍ଞ