ଆମଷ୍ଟରଡାମ୍‌ ବିମାନବନ୍ଦରରେ ଅଟକି ରହିଛନ୍ତି ୧୦୦ ଭାରତୀୟ

ଆମଷ୍ଟରଡାମ୍‌: ନେଦରଲାଣ୍ଡ୍‌ସର ଆମଷ୍ଟରଡାମ୍‌ ବିମାନବନ୍ଦରରେ ପ୍ରାୟ ୧୦୦ ଜଣ ଭାରତୀୟ ଦିଲ୍ଲୀ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ତେଣୁ ଭାରତର ଥିବା ସେମାନଙ୍କ ପରିବାର ପକ୍ଷରୁ ଏନେଇ ସରକାରଙ୍କୁ ଅନୁରୋଧ କରାଯାଇଛି। ମାତ୍ର ସରକାର ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ସେମାନେ ନୂଆଦିଲ୍ଲୀରେ ପହଞ୍ଚିବା ପାଇଁ ମାତ୍ର ୨ ଘଣ୍ଟାର ଦୂରତାରେ ରହିଥିଲା ବେଳେ ସେମାନେ ଆସୁଥିବା ବିମାନକୁ ଦିଲ୍ଲୀରେ ଅବତରଣ ନେଇ ଅନମୁତି ମିଳି ନଥିବା କହିଛନ୍ତି। ଏହି ବିମାନରେ କେତେକ ୟୁରୋପୀୟ ଲୋକ ଥିବା ଆଶଙ୍କା କରି ଭାରତ ସରକାର ସେମାନଙ୍କ ବିମାନକୁ ଅବତରଣ କରିବାକୁ ଦେଇ ନ ଥିଲେ।
ଆମଷ୍ଟରଡାମ୍‌ ବିମାନବନ୍ଦରରେ ଅଟକି ରହିଥିବା ମଞ୍ଜୁ ପାଣିଗ୍ରାହୀ ନାମକ ଜଣେ ଯାତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ ଆମକୁ ଦିଲ୍ଲୀରେ ଅବତରଣ ଅନୁମତି ମିଳିଲା ନାହିଁ। ଆମେ ଆମଷ୍ଟରଡାମ୍‌ ଫେରି ଆସିଲୁ। ମାତ୍ର ଏହି ବିମାନ ଖାଲିଖାଲି ନୂଆଦିଲ୍ଲୀ ଫେରିଲା ହେଲେ ଆମକୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ମିଳିଲା ନାହିଁ। ଆମେ ଶୁଣିଲୁ ଯେ ଭାରତ ସରକାର ଏକ ସ୍ବତନ୍ତ୍ର ବିମାନ ପଠାଇ ଆମର ଫେରିବା ବ୍ୟବସ୍ଥା କରିବେ। ମାତ୍ର ଯେତେବେଳେ ଗୋଟିଏ ବିମାନ ବିନା ଯାତ୍ରୀରେ ଆମଷ୍ଟରଡାମ୍‌ରୁ ଦିଲ୍ଲୀ ଯାଉଛି, ସେତେବେଳେ ବା କିପରି ବିଶ୍ବାସ କରିବୁ ବୋଲି ଜଣେ ଯାତ୍ରୀ କ୍ଷୋଭରେ କହିଛନ୍ତି। ସେହିପରି ଟିନା ସାପ୍ରା ନାମକ ଜଣେ ମହିଳା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଆମଷ୍ଟରଡାମ୍‌ରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରେ ତାଙ୍କ ସ୍ବାମୀ ଥିବା ଜଣାଇଛନ୍ତି। ସେମାନଙ୍କ ଫେରିବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ