ଆମସଂସ୍କୃତି ଆମଖେଳନା ଖଙ୍କିରାଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ଢ଼େଙ୍କାନାଳଶିକ୍ଷାଜିଲା ଅନ୍ତର୍ଗତ ଗନ୍ଦିଆ ବ୍ଳକ ଖଙ୍କିରାସରକାରୀ ଉଚ୍ଚବିଦ୍ୟାଳୟରେ ଆମସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସରପଞ୍ଚଖଙ୍କିରାରଂଜୁଲତା ଦାସ, ମୁଖ୍ୟବକ୍ତାରୂପେ ପ୍ରାକ୍ତନ ଶିକ୍ଷକ ହେମନ୍ତ କୁମାର ବ୍ରହ୍ମ ଓ ସମାଜସେବୀ ଅଶୋକ ପତି, ପ୍ରାକ୍ତନ ସରପଞ୍ଚ ଅଜୟ କୁମାର ଧୀର, ପୁରାତନ ଛାତ୍ର ସଂସଦର ସଭ୍ୟ ମନୋଜ କୁମାର ବ୍ରହ୍ମ ଓ ନାରାୟଣ ସିଂ, ରଂଜନ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା ସଭାପତି ଗୋବିନ୍ଦଚନ୍ଦ୍ର ବିଶ୍ଵାଳଙ୍କ ସମେତ ପ୍ରଧାନଶିକ୍ଷୟତ୍ରୀ ସୁମତୀ ନାଏକ,ସଂଘମିତ୍ରା ସାମଲ, ସାଇଶ୍ରୀ ବାରିକ, ସୁମିତ୍ରା ରାଉଳ, ଆହୁତିପଣ୍ଡିତ, ନିରୁପମାସାହୁ, ପିତାମ୍ବର ଦଳେଇଅଂଜଳିବ୍ରହ୍ମ ଓ ଇସ୍ମିତା ସାହୁ ଯୋଗଦାନ କରିଥିଲେ।ପ୍ରଧାନଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ହେମନ୍ତ ବ୍ରହ୍ମ ଖେଳନା କିଭଳି ମଣିଷ ଜିବନ ସହିତ ଜଡିତ ତାହା ଆଲୋଚନା କରିଥିବାବେଳେ ସମାଜସେବୀ ଅଶୋକ ପତି ସଂସ୍କୃତି ପରମ୍ପରା ଓ ଖେଳନା କିଭଳି ଅଂଗାଅଂଗୀ ଭାବେ ଜଡିତ ଓ ନିଜ ଗ୍ରାମର ଦୋଳଯାତ୍ରା ଜଗନ୍ନାଥ ସଂସ୍କୃତି ସହିତସ୍ଵରଚିତ କବିତା ପାଠ କରି ସଂସ୍କୃତି ଖେଳନାର ଭବିଷ୍ୟତ ଦିଗ ଉପରେ ଆଲୋକପାତ କରାଇଥିଲେ। ପୁରାତନଛାତ୍ର ସଂସଦର ମନୋଜ ବ୍ରହ୍ମ ସଂସ୍କୃତି ଓ ଖେଳନାର ମୂଳତତ୍ତ୍ଵ ଉପରେ ଆଲୋଚନା କରିଥିଲେ।ଏହାପରେ ପିଲାମାନଙ୍କ ଦ୍ୱାରା ରଥଯାତ୍ରା, ହୋଲି , ମକର ସଂକ୍ରାନ୍ତି, ପଣାସଂକ୍ରାନ୍ତୀ, ଗୋପାଳଲହଡିଖେଳ, କୁମାରପୂର୍ଣ୍ଣିମା, ରଜ,ମାଣବସା ଗୁରୁବାର, ଦଶହରା, ରକ୍ଷାବନ୍ଧନ ଚିତାଲାଗି ଅମାବାସ୍ୟାର ପରିଚିତ୍ର ସହ ଅଭିନୟ ଅନୁଷ୍ଠିତ ହୋଇଥିଲା। ସଂବଲପୁରୀ ନୃତ୍ୟ,ପାରମ୍ପରିକ ଆଦିବାସୀ ନୃତ୍ୟ, ଜଗନ୍ନାଥଗୀତିକ, ଗୀତା ପାଠ, ସ୍ୱାଗତିକା ଗୀତିକା ମଧ୍ୟ ଅଭିନୟ କରାଯାଇଥିଲା। ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ।ଭବିଷ୍ୟତ ଜିବନ ରେ ଅବକ୍ଷୟ ସଂସ୍କୃତିରକ୍ଷା ପାଇଁ ଏହା ସରକାରଙ୍କ ଏକ ପ୍ରୟାସ ବୋଲି ଶ୍ରୀପତି ମତ ରଖିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ