ଆମାଜନ୍ ଡଟ୍ ଇନ୍ ପକ୍ଷରୁ ସମର୍ ସେଲ୍ ଘୋଷଣା

ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ ଡଟ୍ ଇନ୍ ପକ୍ଷରୁ୍ ସମର ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ୨୦୧୯ ମଇ ୪ ତାରିଖଠାରୁ ୭ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଅବସରରେ ସ୍ମାର୍ଟଫୋନ୍, କଞ୍ଜ୍ୟୁମର ଇଲୋକ୍ଟ୍ରନିକ୍ସ୍, ଫେଶନ, ବୃହତ୍ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟ୍ନେସ୍ ସାମଗ୍ରୀ ଆଦି ଉପଲବ୍ଧ ହେବ । ଗ୍ରାହକ ଆମାଜନ ଡଟ୍ ଇନ୍ରୁ ୧୭୦ ନିୟୁତରୁ ଅଧିକ ଉତ୍ପାଦ ନିଜ ପସନ୍ଦ ଅନୁସାରେ କ୍ରୟ କରିପାରିବେ । ଏହି ଅବସରରେ ସ୍ମାର୍ଟଫୋନ୍, ଟିଭି, ୱାଶିଂ ମେସିନ୍, ଏୟାର କଣ୍ଡିସନର୍ ଆଦି ସହଜ ଇଏମ୍ଆଇରେ ଉପଲବ୍ଧ ହେବ । ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏହି ସୁବିଧା ମଇ ୩ ତାରିଖ ମଧ୍ୟାହ୍ନଠାରୁ ଉପଲବ୍ଧ ହେବ ।ଏହି ଅବସରରେ ଆମାଜନ୍ ଇଣ୍ଡିଆର କ୍ୟାଟାଗୋରୀ ମ୍ୟାନେଜ୍ମେଂଟ୍ ଉପ ସଭାପତି ମନିଶ୍ ତିୱାରୀ କହିଲେ, “ଇ- କମର୍ସରେ ଗ୍ରାହକଙ୍କୁ ସୁବିଧା ସୁଯୋଗ ପ୍ରଦାନରେ ଆମାଜନ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଗ୍ରାହକଙ୍କର ସାମ୍ପ୍ରତିକ ଚାହିଦାକୁ ଦୃଷ୍ଟିରେ ରଖି ଆମାଜନ୍ ସବୁବେଳେ ଅନନ୍ୟ ଉତ୍ପାଦକୁ ଅର୍ନ୍ତଭୁକ୍ତ କରିଥାଏ । କମ୍ପାନୀ ପାଇଁ ଭାରତ ଏକ ବିଶ୍ୱାସନୀୟ ବଜାର । ସମର ସେଲ୍୍ରେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଉତ୍ପାଦ ମହଜୁଦ୍ ରଖାଯାଇଛି । ବୃହତ୍ ବର୍ଗର ନାନା ପ୍ରକାର ଆପ୍ଲାଏନ୍ସ ଏହି ଅବସରରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବା ସହିତ ଏକ୍ସଚେଞ୍ଜ୍ ଅଫର, ଏକ୍ସଟ୍ରା କ୍ୟାସ୍ ବ୍ୟାକ୍, ନେ ।କଷ୍ଟ ଇଏମ୍ଆଇ ଆଦି ସୁବିଧା ଗ୍ରାହକ ପାଇପାରିବେ ।”ଏହି ଅବସରରେ ଗ୍ରାହକ ୱାନପ୍ଲସ୍, ଆପଲ. ସାମସଙ୍ଗ୍, ନୋକିଆ, ଆରୋ,ୟୁସିବି, ଭିରୋ ମୋଡା, ଫ୍ଲାଇଂ ମେସିନ୍, ୱରଙ୍ଗଲ୍, ବ୍ଳାକବେରୀ, ଜେବିଏଲ୍, ବୋଷ୍, ସୋନୀ, ଏଲଜି, ବିପିଏଲ୍, ଟିସିଏଲ୍, ବୁସ୍କ୍, ହ୍ୱିଲପୁଲ୍, ନିଭିଆ ଆଦି ଅନେକ ବ୍ରାଣ୍ଡ୍ର ଉତ୍ପାଦ କ୍ରୟ କରିପାରିବେ । ଏହା ସହିତ ଆମାଜନ୍ର ଇକୋ ଡିଭାଇସ୍,ଫାୟାର ଟିଭି ଷ୍ଟିକ୍, କିଣ୍ଡଲେ ଇ-ରିଡର ଆଦି କ୍ରୟ କରିପାରିବେ । ଏସବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ କ୍ୟାସ୍ ବ୍ୟାକ୍ ସୁବିଧା ମିଳିବ । ବଜାଜ୍ ଫିନସର୍ଭ ତଥା କେତେକ ବଛା ବଛା ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ନୋ କଷ୍ଟ ଇଏମ୍ଆଇ ସୁବିଧା ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ