ଆମାଜନ୍ ଡଟ୍ ଇନ୍ ପକ୍ଷରୁ ସମର୍ ସେଲ୍

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ ଡଟ୍ ଇନ୍ ପକ୍ଷରୁ୍ ସମର ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ୨୦୧୯ ମଇ ୪ ଠାରୁ ୭ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଅବସରରେ ସ୍ମାର୍ଟଫୋନ୍, କଞ୍ଜ୍ୟୁମର ଇଲୋକ୍ଟ୍ରନିକ୍ସ୍, ଫେଶନ, ବୃହତ୍ ଆପଲାଏନ୍ସ୍, ଟିଭି, ସ୍ପୋର୍ଟସ୍ ଏବଂ ଫିଟ୍ନେସ୍ ସାମଗ୍ରୀ ଆଦି ଉପଲବ୍ଧ ହେବ । ଗ୍ରାହକ ଆମାଜନ୍ ଡଟ୍ ଇନ୍ରୁ ୧୭୦ ନିୟୁତରୁ ଅଧିକ ଉତ୍ପାଦ ନିଜ ପସନ୍ଦ ଅନୁସାରେ କ୍ରୟ କରିପାରିବେ । ଏହି ଅବସରରେ ସ୍ମାର୍ଟଫୋନ୍, ଟିଭି, ୱାଶିଂ ମେସିନ୍ ଓ ଏୟାର କଣ୍ଡିସନର୍ ଆଦି ସହଜ ଇଏମ୍ଆଇରେ ଉପଲବ୍ଧ ହେବ । ପ୍ରାଇମ୍ ସଦସ୍ୟଙ୍କ ପାଇଁ ଏହି ସୁବିଧା ମଇ ୩ ଠାରୁ ଆରମ୍ଭ ହେବ । ଏହି ଅବସରରେ ଆମାଜନ୍ ଇଣ୍ଡିଆର କ୍ୟାଟାଗୋରୀ ମ୍ୟାନେଜ୍ମେଣ୍ଟ୍ ଉପସଭାପତି ମନିଶ୍ ତିୱାରୀ କହିଛନ୍ତି ଯେ ଇ-କମର୍ସରେ ଗ୍ରାହକଙ୍କୁ ସୁବିଧା ସୁଯୋଗ ପ୍ରଦାନରେ ଆମାଜନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଗ୍ରାହକଙ୍କର ସାମ୍ପ୍ରତିକ ଚାହିଦାକୁ ଦୃଷ୍ଟିରେ ରଖି ଆମାଜନ୍ ସବୁବେଳେ ଅନନ୍ୟ ଉତ୍ପାଦକୁ ଅନ୍ତଭୁକ୍ତ କରିଥାଏ । କମ୍ପାନୀ ପାଇଁ ଭାରତ ଏକ ବିଶ୍ୱାସନୀୟ ବଜାର । ସମର ସେଲ୍୍ରେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଉତ୍ପାଦ ମହଜୁଦ୍ ରଖାଯାଇଛି । ବୃହତ୍ ବର୍ଗର ନାନା ପ୍ରକାର ଆପ୍ଲାଏନ୍ସ ଏହି ଅବସରରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବା ସହିତ ଏକ୍ସଚେଞ୍ଜ୍ ଅଫର, ଏକ୍ସଟ୍ରା କ୍ୟାସ୍ ବ୍ୟାକ୍ ଓ ନୋ-କଷ୍ଟ ଇଏମ୍ଆଇ ଆଦି ସୁବିଧା ଗ୍ରାହକ ପାଇପାରିବେ । ଏହି ଅବସରରେ ଗ୍ରାହକ ୱାନପ୍ଲସ୍, ଆପଲ, ସାମସଙ୍ଗ୍, ନୋକିଆ, ଆରୋ, ୟୁସିବି, ଭିରୋ ମୋଡା, ଫ୍ଲାଇଂ ମେସିନ୍, ୱରଙ୍ଗଲ୍, ବ୍ଲାକବେରୀ, ଜେବିଏଲ୍, ବୋଷ୍, ସୋନି, ଏଲ୍ଜି, ବିପିଏଲ୍, ଟିସିଏଲ୍, ବୁସ୍କ୍, ହ୍ୱିଲପୁଲ୍ ଓ ନିଭିଆ ଆଦି ଅନେକ ବ୍ରାଣ୍ଡ୍ର ଉତ୍ପାଦ କ୍ରୟ କରିପାରିବେ । ଏହା ସହିତ ଆମାଜନ୍ର ଇକୋ ଡିଭାଇସ୍, ଫାୟାର ଟିଭି ଷ୍ଟିକ୍ ଓ କିଣ୍ଡଲେ ଇ-ରିଡର ଆଦି କ୍ରୟ କରିପାରିବେ । ଏସ୍ବିଆଇ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୧୦ ପ୍ରତିଶତ ଅତିରିକ୍ତ କ୍ୟାସ୍ ବ୍ୟାକ୍ ସୁବିଧା ମିଳିବ । ବଜାଜ୍ ଫିନସର୍ଭ ତଥା କେତେକ ବଛା ବଛା ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ହିଁ ନୋ କଷ୍ଟ ଇଏମ୍ଆଇ ସୁବିଧା ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ